ଏବେ ଓଡିଶାରେ ଉଚ୍ଚଶିକ୍ଷା ନେଉଥିବା ଛାତ୍ରଛାତ୍ରୀ ହେବେ ମାଲାମାଲ୍, ମିଳିବ ପ୍ରଚୁର ଟଙ୍କା, ଜାଣନ୍ତୁ ଆବେଦନ କେମିତି କରିବ

 
ଛାତ୍ରବୃତ୍ତି

୨୦୨୪-୨୫ ଶିକ୍ଷାବର୍ଷ ପାଇଁ ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ର ଆରମ୍ଭ ହେଲା ଅନଲାଇନ୍‌ ଆବେଦନ ପ୍ରକ୍ରିୟା । ଏହି ଛାତ୍ର ବୃତ୍ତି ପାଇବାକୁ ହେଲେ ଅନଲାଇନ୍‌ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ତେବେ ଯେଉଁମାନେ ଓଡ଼ିଶାରେ UG, PG, ବୈଷୟିକ/ବୃତ୍ତିଗତ ପାଠ୍ୟକ୍ରମ ପଢ଼ୁଥିବେ ସେମାନେ ‘ଓଡ଼ିଶା ମୁଖ୍ୟମନ୍ତ୍ରୀ ମେଧାବୀ ଛତ୍ର ପ୍ରୋତ୍ସାହନ ଯୋଜନା’ ପାଇପାରିବେ। 

ଏହି ଯୋଜନା ମାଧ୍ୟମରେ UG ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଯୋଗାଇ ଦିଆଯିବ ଏବଂ ଏହି ବର୍ଗରେ ୧୦ ହଜାର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ସେହିପରି ଯଦି ଆପଣ PG ଡିଗ୍ରୀ ପଢ଼ୁଥିବେ ତେବେ ଆପଣଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ପ୍ରଦାନ କରାଯିବ କିନ୍ତୁ କେବଳ ୫ ହଜାର ଛାତ୍ରଛାତ୍ରୀ ଏହି ବୃତ୍ତିର ଲାଭ ଉଠାଇବାକୁ ସମର୍ଥ ହେବେ ।

Odisha govt

ସେହିପରି ଯେଉଁମାନେ ବୈଷୟିକ କିମ୍ବା ବୃତ୍ତିଗତ ପାଠ୍ୟକ୍ରମରେ ପଢ଼ୁଥିବେ ସେମାନଙ୍କୁ ଏହି ଯୋଜନାରେ ବାର୍ଷିକ ୨୦ ହଜାର ଟଙ୍କା ମିଳିବ । ତେବେ କେବଳ ୧୦ ହଜାର ଛାତ୍ରଛାତ୍ରୀ ଏହି ବର୍ଗରେ ସାମିଲ ହୋଇପାରିବେ । ତେବେ ଏହି ଛାତ୍ରବୃତ୍ତି ଉପରେ ନିର୍ଭର କରି ଆବଶ୍ୟକ ଡକ୍ୟୁମେଣ୍ଟେସ୍‌ ମଧ୍ୟ ଭିନ୍ନ ଭିନ୍ନ ହୋଇପାରେ । 

ତଥାପି, କେତେକ ସାଧାରଣ ଡକ୍ୟୁମେଣ୍ଟସ ଯାହା ଏହି ଛାତ୍ରବୃତ୍ତି ଆବେଦନ କରିବା ସମୟରେ ଆବଶ୍ୟକ ହୋଇପାରେ। ଡୋମିକାଇଲ୍ ସାର୍ଟିଫିକେଟ୍, ଆଧାର କାର୍ଡ, ଇନ୍‌କମ୍‌ ସାର୍ଟିଫିକେଟ୍‌, ଜାତି ପ୍ରମାଣପତ୍ର, ପୂର୍ବ ଶିକ୍ଷାବର୍ଷର ମାର୍କ ସିଟ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ପାସପୋର୍ଟ ସାଇଜ୍‌ ଫଟୋ, ଆଡମିଶନ ରସିଦ/ ଫି ରସିଦ, ବୋନାଫାଇଡ୍ ସାର୍ଟିଫିକେଟ, ପରିଚୟ ପ୍ରମାଣ (ଭୋଟର ପରିଚୟ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି)।