ଛାଡ଼ପତ୍ର ରୋକିବାକୁ ପାଇଁ ବର୍ଷାନେବେ ବଡ ପଦକ୍ଷେପ, ବର୍ଷାଙ୍କ ପାଖରେ ଅଛି ଏହି ଦୁଇଟି ରାସ୍ତା

 
Anubhav mohanty varsha priyadarshini

ସବୁଦିନ ପାଇଁ ଅଲଗା ହୋଇଗଲେ ବର୍ଷା ଓ ଅନୁଭବ । ଫ୍ୟାମିଲି କୋର୍ଟ ର ନିର୍ଦ୍ଦେଶକୁ ଖାରଜ କରି ହାଇକୋର୍ଟ ନେଲେ ନିର୍ଦ୍ଦେଶ, ଫାଇନାଲି ଜିତି ଗଲେ ଅନୁଭବ ।

Ready

ଦୀର୍ଘ ସମୟ ଧରି ନ୍ୟାୟାଳୟର ଚକର କାଟିବା ପରେ ଏବେ ମିଳିଛି ନ୍ୟାୟ । ଅନୁଭବ ବେଶ୍ ଖୁସି ଅଛନ୍ତି ହେଲେ ଏବେ ନଜର ରହିଛି ବର୍ଷା ଙ୍କ ଉପରେ । ବର୍ଷାଙ୍କ ପରବର୍ତ୍ତୀ ପଦକ୍ଷେପ କଣ ରହିବ । ସେ କେଶ୍ ଲଢ଼ିବେ ନ ଛାଡ଼ପତ୍ର କୁ ଗ୍ରହଣ କରିନେବେ ।

ତେବେ ଛାଡ଼ପତ୍ର ର ଖବର ଶୁଣିବା ପରେ ଅନୁଭବ ଖୁସିରେ କାନ୍ଦିପକେଇ ଥିଲେ ଏପରିକି ଫ୍ୟାନ ମାନକୁ ସେ ଦୂତୀୟ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ଏପଟେ କିନ୍ତୁ ଛାଡ଼ପତ୍ର ନିଷ୍ପତି ପରଠାରୁ କୌଣସି ବୟାନ ମିଳିପାରିନାହିଁ ବର୍ଷା ଙ୍କ ଠାରୁ ।

ଅନୁଭବ କହିଛନ୍ତି ମୋ ବାପାଙ୍କ ଦେହ ଅସୁସ୍ଥ ଥିବା ହେତୁ ମୁ ଏହି ଖୁସିର ମୁହୁର୍ତ୍ତକୁ କୁ ଭଲଭାବରେ ଉପଭୋଗ କରିପାରୁନାହିଁ । ବାପା ସୁସ୍ଥ ହେବ ପରେ ମୁଁ ଦ୍ୱିତୀୟ ବିବାହ କରିନେବା ,ତେବେ ଏଠି ପ୍ରଶ୍ନ ଉଠିଛି ବର୍ଷା ଏବେ କରିବେ କଣ ? ବର୍ଷା କଣ ଏତେଦିନ ର ଲଢେଇକୁ ସମାପ୍ତ କରିଦେବେ ନା ପୁଣି ଆଗକୁ ଲଢ଼ିବେ ,ତେବେ ଏଥର ଲଢ଼େଇ ହୁଏତ ଜଟିଳ ହୋଇପାରେ ।

Varsha priyadarshini

ଯଦିଓ ରାୟ ଅଭିନେତା ଅନୁଭବ ମହାନ୍ତିଙ୍କ ସପକ୍ଷରେ ଯାଇଛି, ତଥାପି ଅଭିନେତ୍ରୀ ବର୍ଷାଙ୍କ ପାଖରେ ଏକାଧିକ ବିକଳ୍ପ ରହିଛି । ଏହି ରାୟକୁ ନେଇ ହାଇକୋର୍ଟରେ ପୁଣି ଥରେ ଆବେଦନ କରିପାରିବେ । ରିଭିୟୁ ପିଟିସନ୍ ଜରିଆରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇପାରିବେ । ଆବଶ୍ୟକ ହେଲେ, ସୁପ୍ରିମକୋର୍ଟଙ୍କ ନିକଟରେ ମଧ୍ୟ ଆବେଦନ କରିପାରିବେ ।