କେବଳ ଫ୍ଲଡ୍ ଲାଇଟ ବନ୍ଦ ନୁହେଁ ବାରବାଟୀରେ ହୋଇଥିଲା ଆଉଏକ ତ୍ରୁଟି ଯାହା ପାଇଁ ରାଗିଥିଲେ ରୋହିତ୍ ଶର୍ମା
ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳା ଯାଉଥିବା ବେଳେ ଦେଖା ଦେଇଥିଲା ବଡ଼ ତ୍ରୁଟି। କିଛି ସମୟ ପାଇଁ ଦେଖାଦେଇଥିଲା ଫ୍ଲଡ ଲାଇଟ୍ ସମସ୍ୟା। କ୍ଲବ ଟାଓ୍ୱାର ପାଖରୁ ଲାଇଟ୍ ପଳାଇଥିଲା। ଏତିକି ବେଳେ ରାଗିଯାଇଥିଲେ ରୋହିତ ଶର୍ମା ଓ ଦୁଇ ଓପ୍ନର ଖେଳି ନ ପାରି ପ୍ୟାଭିଲିଅନ ଫେରିଥିଲେ। କିଛି ସମୟ ପାଇଁ ଖେଳ ବନ୍ଦ ରହିଥିଲା।
ତେବେ ମ୍ୟାଚ୍ ସମୟରେ ଦ୍ବିତୀୟ ଇଂନିସରେ ରୋହିତ ଶର୍ମା ଷ୍ଟାଡିୟମରେ ବାଜୁଥିବା ଗୀତକୁ ନେଇ କ୍ରୋଧ ପ୍ରକାଶ କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ଲାଇଟ୍ ଫେଲୁଏର୍ ପରେ ଆରମ୍ଭ ହୋଇଥିବା ଭାରତର ବ୍ୟାଟିଂ ସମୟରେ ଡିଜେ ଦ୍ଵାରା ଲଗାତାର ଉଚ୍ଚ ସାଉଣ୍ଡରେ ଗୀତ ବାଜୁଥିବାକୁ ନେଇ ରାଗିଯାଇଥିଲେ ରୋହିତ। ସେ ଗାଳି ଦେଇ ଗୀତ ବନ୍ଦ କରିବାକୁ ଇଂଗିତ କରୁଥିବା ଭିଡିଓ ଏବେ ଭାଇରାଲ୍ ହେଉଛି।
୧୧୮ ଡେସିବଲ୍ରୁ ଅଧିକ ଶବ୍ଦରେ ସାଉଣ୍ଡ୍ ବାଜିବାକୁ ନେଇ କ୍ଷୁବ୍ଧ ହୋଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା। ହାତ ଇଙ୍ଗିତରେ, ରୋହିତ ଡିଜେଙ୍କୁ ଗୀତ ବନ୍ଦ କରିବାକୁ କହିଥିଲେ। ରୋହିତ ପ୍ରଥମେ ଅମ୍ପାୟାରଙ୍କୁ ଅଭିଯୋଗ ବି କରିଥିଲେ। ଗୀତ ଶୁଣି ରୋହିତ ତାଙ୍କ ବ୍ୟାଟିଂରେ ଏକାଗ୍ରତା ହରାଇ ଦେଉଥିଲେ, ତେଣୁ ରୋହିତ କ୍ରୋଧିତ ହୋଇ “ବନ୍ଦ କର ବେହନ୍*ଦ” କହୁଥିବା ସ୍ପଷ୍ଟ ଭାବରେ ଜଣାପଡୁଥିଲା। ରୋହିତଙ୍କ ଅଭିଯୋଗ ଆଧାର ରେ ବାରବାଟୀରେ ସାଉଣ୍ଡ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। ଏମିତିକି ଭାରତୀୟ ବ୍ୟାଟିଂ ଇନିଂସର ୭ ଓଭର ପରଠାରୁ ଆଦୌ ସାଉଣ୍ଡ୍ ବାଜି ନଥିଲା।
ଅନ୍ୟପକ୍ଷରେ ମ୍ୟାଚର ୬.୧ ଓଭର ପରେ ଏକ ବଡ ସମସ୍ୟା ଦେଖା ଦେଇଥିଲା। ଫ୍ଲଡ୍ ଲାଇଟ୍ ସମସ୍ୟା ପାଇଁ ବିରକ୍ତି ପ୍ରକାଶ କଲେ ରୋହିତ। ବିସ୍ଫୋରକ ବ୍ୟାଟିଂ କରୁଥିଲା ବେଳେ ହଠାତ ବ୍ରେକ୍ କୁ ନେଇ ସେ ନିରାଶ ପ୍ରକାଶ କରିଥିଲେ। ସେ ମୁଣ୍ଡ ହଲାଇ ନିରାଶ ପ୍ରକଟ କରି ଫ୍ୟାଭିଲିଅନ ଫେରିଥିଲେ। ପ୍ରାୟ ୨୫ ମିନିଟ୍ ଧରି ଖେଳ ବନ୍ଦ ରହିଥିଲା। ଏହା ପରେ ଫ୍ଲଡ୍ ଲାଇଟ୍ ଜଳିଥିଲା ଓ ପୁଣି ମ୍ୟାଚ୍ ଆରମ୍ଭ ହୋଇଥିଲା। ଦେଖନ୍ତୁ ଭିଡିଓ-
— Drizzyat12Kennyat8 (@45kennyat7PM) February 9, 2025
୫ ବର୍ଷର ବ୍ୟବଧାନ ପରେ କଟକ ବାରବାଟୀରେ ଏହି ଦିନିକିଆ ମ୍ୟାଚ୍ ଖେଳା ଯାଉଥିବା ବେଳେ ଏଭଳି ତ୍ରୁଟି ସମସ୍ତଙ୍କୁ ନିରାଶ କରିଛି। ଏଭଳି ସ୍ଥିତି କାହିଁକି ଉପୁଜିଲା, ସେ ନେଇ ଖବର ଲେଖାଯିବା ବେଳକୁ ଓସିଏ ପକ୍ଷରୁ କିଛି ସ୍ପଷ୍ଟୀକରଣ ଦିଆଯାଇ ନଥିବା ବେଳେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଉଛି।