ଜାନୁଆରୀ ୨୫ ତାରିଖ ସୁଦ୍ଧା ରାଜ୍ୟରେ ଶୀର୍ଷରେ ପହଞ୍ଚିବ କରୋନା! କିନ୍ତୁ, ହେବନି ଲକଡାଉନ୍, ଜାଣନ୍ତୁ ପୂରା ଖବର

 
Lockdown

କେବଳ ଦେଶରେ ନୁହେଁ ବରଂ ରାଜ୍ୟରେ ମଧ୍ୟ ଧ୍ରୁତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏଥିପାଇଁ ପୁଣିଥରେ ରାଜ୍ୟରେ ନାଇଟ କର୍ଫ୍ୟୁ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ସ୍କୁଲ କଲେଜକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏପରି ସ୍ଥଳରେ ରାଜ୍ୟକୁ ପୁଣିଥରେ ଲକଡାଉନ ଏବଂ ସଟଡାଉନ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ବିଶ୍ୱାସ କରାଯାଉଛି।

Lockdown

କିନ୍ତୁ, ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କରିଲେ ରାଜ୍ୟରେ ଲକଡାଉନ ହେବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର। ଶ୍ରୀ ମିଶ୍ରଙ୍କ କହିବା ଅନୁଯାଇ ରାଜ୍ୟରେ ସଂକ୍ରମଣ ବଢୁଥିଲେ ହେଁ ଲୋକେ ଏଥିରେ ଗୁରୁତର ହେଉନାହାଁନ୍ତି। ଏବେ ସଂକ୍ରମିତ ହେଉଥିବା ଲୋକଙ୍କୁ ଡାକ୍ତରଖାନା ଯିବାକୁ ପଡୁନାହିଁ ତେଣୁ ରାଜ୍ୟରେ ଲକଡାଉନ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ବହୁତ କମ ବୋଲି ଡାକ୍ତର ମିଶ୍ର କହିଛନ୍ତି।

Niraj mishra

କେବଳ ଏତିକି ନୁହେଁ ବରଂ ଚଳିତ ମାସ ୨୫ ତାରିଖ ସୁଦ୍ଧା ରାଜ୍ୟରେ କରୋନା ପିକ୍ ଛୁଇଁବେ ବୋଲି ଅନୁମାନ କରାଯାଉଛି। ହସ୍ପିଟାଲିଟି ଏବଂ ଗୁରୁତର ରୋଗୀଙ୍କ ସଂଖ୍ୟା ବହୁତ କମ ଥିବାରୁ ବିଶେଷ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତଥାପି ଲୋକେ ମାସ୍କ ଲଗାଇବା ସହ କୋଭିଡ଼ ନିୟମ ପାଳନ କରିଲେ ଫେବୃଆରୀ ଶେଷ ସୁଦ୍ଧା ଏହି ସଂକ୍ରମଣକୁ ପାର କରାଯାଇ ପାରିବ ବୋଲି କୁହାଯାଉଛି।

From around the web