ପ୍ରଶାସନକୁ ଅଣ୍ଡାମାଡ଼ ଭୟ! ବୌଦ୍ଧ ଜିଲ୍ଲା ଦୋକାନରେ ମିଳୁନି ଅଣ୍ଡା, ଜାଣନ୍ତୁ ପୁରା ଖବର

 
Anda

5T ସଚିବଙ୍କ ପାଇଁ ନିରାମିଷ ଖାଇଲେ ବୌଦ୍ଧବାସୀ। ଆଜ୍ଞା ହଁ, 5T ସଚିବ ଭି.କେ ପଣ୍ଡିଆନଙ୍କ ବୌଦ୍ଧ ଗସ୍ତ ସମୟରେ ସାରା ଜିଲ୍ଲାରେ ଅଣ୍ଡା ବିକ୍ରିକୁ ନିଷିଦ୍ଧ କରାଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକେ ଦୋକାନ ଦୋକାନ ବୁଲି ଅଣ୍ଡା ନ ପାଇ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା। 

Anda mada

ପ୍ରକୃତରେ ସୋନପୁର ଜିଲ୍ଲା ଗ୍ରସ୍ତରେ ଯାଇଥିବା 5T ସଚିବଙ୍କୁ ଅଣ୍ଡାମାଡ଼ ହେବାପରେ ଏହାର ପ୍ରତିକୂଳ ପ୍ରଭାବ ବୌଦ୍ଧ ଜିଲ୍ଲାରେ ପରିଲକ୍ଷିତ ହୋଇଛି। ଏଭଳି କିଛି ଅଘଟଣ ଯେପରି ପୁଣିଥରେ ନ ଘଟୁ ସେଥିପାଇଁ ଜିଲ୍ଲା ପ୍ରଶାସନ ବେସ୍ ତତ୍ପର ରହିଥିଲା। ଏପରିକି ସ୍ୱାସ୍ଥ୍ୟ ଓ ପୋଲିସ ବିଭାଗର କର୍ମଚାରୀ ମାନେ ବୌଦ୍ଧ ସହର ଦୋକାନ ବଜାର ବୁଲିବୁଲି ଦୋକାନୀମାନଙ୍କୁ ମଙ୍ଗଳବାର ସନ୍ଧ୍ୟାରୁ ବୁଧବାର ରାତିଯାଏ ଅଣ୍ଡା ବିକ୍ରି କରିବାକୁ ସମ୍ପୂର୍ଣ୍ଣ କଟକଣା ଜାରି କରିଥିଲେ। 

Vk pandian

ଏପରିକି ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଅଧିକାରୀମାନେ କିଛି ଦୋକାନରେ ଅଣ୍ଡା ଗଣତି ମଧ୍ୟ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଅଣ୍ଡା ବିକ୍ରି କରିଥିଲେ ଦୋକାନକୁ ସମ୍ପୂର୍ଣ୍ଣ ଭାବରେ ସିଲ୍ କରି ଦିଆଯିବ ବୋଲି ମଧ୍ୟ ଧମକ ଦିଆଯାଇଥିଲା। ତେବେ, ଏହାର ପ୍ରତିକୂଳ ପ୍ରଭାବ ଆମିଷ ପ୍ରେମୀଙ୍କ ଉପରେ ପଡିଥିଲା।