କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବ ଦେଶର ସବୁଠାରୁ ବଡ଼ ଇସ୍ପାତ କାରଖାନା! ୧୭ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି, ଜାଣନ୍ତୁ ପୂରା ଖବର

 
Kendrapara

କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଦେଶର ସବୁଠାରୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ୧,୦୨,୨୭୫ କୋଟି ଟଙ୍କାର ଏହି ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି। ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଦ୍ୱାରା ପ୍ରସ୍ତାବିତ ସମନ୍ଵିତ ଷ୍ଟିଲ ପ୍ଲାଣ୍ଟଟି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାଠାରେ ନିର୍ମାଣ କରାଯିବ। ବାର୍ଷିକ ୨୪ ମେଟ୍ରିକ ଟନ ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ଲାଣ୍ଟଟି ପ୍ରତିଷ୍ଠା ହେବାପରେ ଦେଶର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ଭାବରେ ମାନ୍ୟତା ଲାଭ କରିବ।

Steel plant

ଏହି ଷ୍ଟିଲ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାପରେ ୧୬ହଜାରରୁ ଊର୍ଦ୍ଧ୍ଵ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିଯୁକ୍ତି ସୃଷ୍ଟି କରି ପାରିବ ବୋଲି କୁହାଯାଉଛି। ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଅତ୍ୟାଧୁନିକ ଜ୍ଞାନକୌଶଳ ବଳରେ ପରିବେଶ ଅନୁକୂଳ ଓ ବହୁବିଧ ବିଶେଷତାସମ୍ପନ୍ନ ଇସ୍ପାତ ଉତ୍ପାଦନ କରିବାରେ ସଫଳ ହୋଇପାରିବ। ଏହି ପ୍ଲାଣ୍ଟରେ ବର୍ଷକୁ ୧୮.୭୫ ମେଟ୍ରିକ ଟନ୍ ସିମେଣ୍ଟ ଉତ୍ପାଦନ କରିପାରିବାର କ୍ଷମତା ରହିବ। ଯାହାକି ଏହାକୁ ଦେଶର ଅନ୍ୟତମ ବୃହତ ସିମେଣ୍ଟ କାରଖାନା ଭାବରେ ଗଢ଼ିତୋଳିବ।

Kendrapada

ସବୁଠାରୁ ବଡ଼ କଥା ହେଉଛି ଏହି କାରଖାନା ନିର୍ମାଣ କରିବା ସହ କମ୍ପାନୀ ଅଞ୍ଚଳର ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟତା କରିବ। ଇସ୍ପାତ ପ୍ରକଳ୍ପ ବ୍ୟତୀତ କମ୍ପାନୀ ଅନୁପ୍ରବାହ ପ୍ରକଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରିବ। ଯାହାଫଳରେ ଆଗାମୀ ଦିନ ମାନଙ୍କରେ ଏହା ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିବ। ଏହି ପ୍ରକଳ୍ପ ସହିତ ଦେଶ ବିଦେଶର ଅନେକ ନାମୀ ଦାମୀ ଉପକରଣ ଉତ୍ପାଦନକାରୀ ଯୋଡ଼ି ହୋଇ ରହିଥିବାରୁ ଏହା କେନ୍ଦ୍ରାପଡ଼ା ଏବଂ ଓଡ଼ିଶାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିପାରିବ। ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ଏହି ପ୍ରକଳ୍ପ ଆଗାମୀ ୭ ବର୍ଷ ଭିତରେ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ ରଖାଯାଇଛି।