ଆକ୍ସନ ମୋଡ଼ ରେ ଓଡିଶା ର ନୂଆ ମୁଖ୍ୟମନ୍ତ୍ରୀ, 22 ଜଣ ବଡ଼ ବଡ଼ିଆ ଅଫିସର ଉପରେ ନେଲେ କଡା କାର୍ଯ୍ୟାନୁଷ୍ଠାନ

 
odisha cm

ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ। ରାଜ୍ୟରେ ବିଜେପି ସରକାର ଗଠନ ପରେ ବିଭିନ୍ନ ବିଭାଗର ସମୀକ୍ଷା ଜୋରଦାର ଚାଲିଛି। ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥି ଭବନରୁ ସରକାର ଚଳାଇଛନ୍ତି। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ରାଜ୍ୟ ଅତିଥି ଭବନରେ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। 

ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ନବକଳେବର ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟରତ ଥିବା ଓଏସଏସ କ୍ୟାଡର ଅଧିକାରୀଙ୍କୁ ବଦଳି କରାଯାଇଛି। ୨୨ ଜଣ ଓଏସଏସ ଅଧିକାରୀଙ୍କୁ ସିଏମଓରୁ ଅପସାରଣ କରାଯାଇଛି। ସେମାନଙ୍କୁ ନିଜ ବିଭାଗକୁ ବଦଳି କରାଯାଇଛି। 

ତେବେ ଆପଣମାନେ ଜାଣିଥିବେ ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। 

ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୨ ଜଣ ଓଏସଏସ ଅଧିକାରୀଙ୍କୁ ନିଜ ବିଭାଗକୁ ଅପସାରଣ କରାଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳି ୨ ନୂଆ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଛି। ଯୋଜନା ଓ ସଂଯୋଜନା ବିଭାଗର ଅନୁସଚିବ ବିନୋଦ ବିହାରୀ ସିଂହଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଛି। 

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ଏବଂ ଓଏସଏସ କ୍ୟାଡରର ଅନେକ ଅଧିକାରୀ ବଦଳି ହୋଇଥିବା ବେଳେ ଆହୁରି ଅନେକ ପୁରୁଣା ଅଧିକାରୀ ସିଏମଓରେ ରହିଛନ୍ତି। ତେଣୁ ସେମାନଙ୍କ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟ କରିବେ ନା ସେମାନଙ୍କୁ ମଧ୍ୟ ବଦଳି କରାଯିବ ତାହା ଜଣା ପଡିନାହିଁ।