ଦେଖନ୍ତୁ ଭିଡିଓ: ନୂଆ ଓ କାର୍ଯ୍ୟକ୍ରମରେ ଛାତ୍ରୀଙ୍କ ଗହଣରେ ଅଣ୍ଟା ହଲେଇ ନାଚିଲେ ୨ ଶିକ୍ଷକ

 
Nua o
କଣ ଆପଣ ବି ଓଡ଼ିଶାରେ ଖୋଜି ପାଉ ନାହାଁନ୍ତି ବିକାଶକୁ । ତେବେ ଏବେ ଓଡ଼ିଶାର କଲେଜ୍ ଗୁଡ଼ିକୁ ଯାଆନ୍ତୁ । ଯେଉଁଠି ଆପଣଙ୍କୁ ବିକାଶର ଏକ ନୂଆ ରୂପ ଦେଖିବାକୁ ମିଳିବ । ଏପରି ଆମେ କହୁନୁ ଆଜ୍ଞା ଏହା ବିଜେଡ଼ି ସରକାରର ଦାବୀ । ଆଜିର ଛାତ୍ର ହେଉଛି କାଲିର ଭବିଷ୍ୟତ । ତେଣୁ କରି ବର୍ତ୍ତମାନର ସରକାର ଆଉ କେଉଁ ଆଡେ ଧ୍ୟାନ ନ ଦେଇ ଭବିଷ୍ୟତକୁ ସଜାଡିବାରେ ଲାଗିଛନ୍ତି । 

R

ଛାତ୍ର ମାନଙ୍କର ବିକାଶ ହେଲେ ଓଡ଼ିଶାର ବିକାଶ ହେବ । ଅନେକ ବର୍ଷ ପରେ ଏବେ ବୋଧେ ପୁରା ଭଲ ଭାବେ ବୁଝି ଯାଇଛନ୍ତି ସରକାର । ସେଇଥି ପାଇଁ ତ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି କଲେଜ୍ ମାନଙ୍କରେ କରା ଯାଉଛି ନୂଆ ଓ କାର୍ଯ୍ୟକ୍ରମ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏ କେଉଁ ପ୍ରକାରର ନୂଆ ଓ ଆମ ମାନଙ୍କୁ ତ ବୁଝା ପଡୁନି । ହେଲେ ସରକାରଙ୍କ ଦ୍ଵାରା କରା ଯାଉଥିବା କାର୍ଯ୍ୟକ୍ରମକୁ ଦେଖିକି ଆମକୁ ଲାଗୁଛି ନୂଆ ଓର ଅର୍ଥ ନୂଆ ଓଡ଼ିଶାର ଅର୍ଥ ଓ ବିକାଶର ଅର୍ଥ ବୋଧେ ସେଲିବ୍ରିଟି ମାନଙ୍କୁ ଷ୍ଟେଜ କୁ ଆଣି ନଚାଇବା , ଶିକ୍ଷକ ଓ ଛାତ୍ର ଛାତ୍ରୀ ଏକ ନିର୍ଦ୍ଧିଷ୍ଟ ସୀମାକୁ ପାର ହୋଇ ସାଙ୍ଗ ହୋଇ ନାଚିବା । ନାମୀ ଦାମୀ ଗୀତିକାର ଆସି ଗୀତ ଗାଇବା । 

ସବୁଠୁ ବଡ ଦୁଃଖର କଥା କଣ ଜାଣନ୍ତି ବର୍ତ୍ତମାନ ତ ଯାହା ହେଉଛି ହେଉଛି ଭବିଷ୍ୟତ ବି ଏଥି ପାଇଁ ବଳି ପଡ଼ି ଯାଉଛି । ଭୋଟ ପାଇବା ପାଇଁ ନିର୍ବାଚନ ବର୍ଷ ଗୁଡିକରେ ସରକାର ଲୋକଙ୍କୁ ସୁହାଉଥିବା ଭଳି ଅନେକ ନିୟମ ଲାଗୁ କରନ୍ତି । ହଁ ଏହା ବି ଠିକ୍ କଥା । କିଛି କ୍ଷେତ୍ରରେ ଏହା ଗ୍ରହଣ ଯୋଗ୍ୟ ମଧ୍ୟ । ହେଲେ କଲେଜ୍ କ୍ୟାମ୍ପସରେ ରାଜନୈତିକ ଦୃଷ୍ଟି କୋଣରୁ ପରୀକ୍ଷା ମାସ ଗୁଡିକରେ ଏପରି ଅର୍ଥହିନ କାର୍ଯ୍ୟକ୍ରମ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ । 

କେଉଁଠି ନୂଆ ଓ କୁ ନେଇ ପରୀକ୍ଷା ବାତିଲ ହେଉଛି ତ କେଉଁଠି ନୂଆ ଓ ମାସ ମାସ ଧରି ପାଠ ପଢା ବନ୍ଦ୍ ହେଇ ଯାଉଛି । ଏବେ ବି ଓଡ଼ିଶାର ବହୁ ଶିକ୍ଷାନୁଷ୍ଠାନ ଉନ୍ନତ ମାନର ନୁହେଁ । କେଉଁଠି ଅଧକ୍ଷ ନାହାନ୍ତି ତ କେଉଁଠି ପାଠାଗାର ଟିଏ ନାହିଁ । ଗୋଟେ ଛାତ୍ରର ବାସ୍ତବ ଉନ୍ନତି ପାଇଁ ଯେଉଁ ସବୁ ଜିନିଷର ଆବଶ୍ୟକତା ପଡ଼ିଥାଏ ସେଗୁଡ଼ିକର ଘୋର ଅଭାବ ରହିଛି କଲେଜ୍ ମାନଙ୍କରେ ।