ଓଡିଶାରେ ଚାଞ୍ଚଲ୍ୟ: ପ୍ରେମିକ ସହ ବାଇକରେ ଚମ୍ପଟ ମାରିଲା ନବବଧୂ, ବରକୁ ବାହାହେଲେ ସାନଭଉଣୀ, ଜାଣନ୍ତୁ ପୂରା ଘଟଣା

 
Bara Kanya

ବିବାହ ହୋଇଥିଲା, କନ୍ୟା ଘରୁ ବିଦାୟ ନେଇ ବର ବାହାରି ଯାଇଥିଲେ । ଅଧବାଟରେ ନବବଧୁ ଗାଁ ମୁଣ୍ଡରେ ଅସୁସ୍ଥ ଥିବା କହି କାରରୁ ଓହ୍ଲାଇ ଆସିଥିଲେ । ରାସ୍ତା କଡ଼ରେ ବାନ୍ତି କରିବାକୁ ଯାଇ ନବ ବିବାହିତ ମହିଳା ତାଙ୍କ ପୂର୍ବ ପ୍ରେମିକ ସହିତ ବାଇକ୍ ରେ ପଳେଇଲା।  

Kanya

ଝାରସୁଗୁଡା ଜିଲ୍ଲାର ବ୍ରଜଜନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ବରପାଲି ଗ୍ରାମରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ପରେ କନ୍ୟାପକ୍ଷ ଓ ବରପକ୍ଷ ନିଷ୍ପତ୍ତି ଅନୁଯାୟୀ କନ୍ୟାର ସାନ ଭଉଣୀକୁ ବିବାହ କରି ବର ଘରକୁ ଫେରିଥିବା ସୂଚନା ମିଳିଛି । 
Kanya
ସୂଚନା ଅନୁସାରେ ବରପାଲିର ଜଣେ ଯୁବତୀଙ୍କ ବିବାହ ସିମଡେଗାର ନିକଟ ଗୋହରିଦଣ୍ଡ ଗାଁର ରାଜୁ ବେହେରାଙ୍କ ସହ ଠିକ ହୋଇଥିଲା । ଧାର୍ଯ୍ୟ ସମୟରେ ବିବାହ ମଧ୍ୟ ହୋଇଥିଲା । ହେଲେ କନ୍ୟାଘରୁ ବିଦାୟ ନେବା ପରେ ନବବଧୂ ଚମ୍ପ ମାରିଥିଲା । ଏହା ଜାଣିବା ପରେ କନ୍ୟାପକ୍ଷ ଲୋକଲଜ୍ଜା ଭୟରେ ସାନ ଝିଅକୁ ବିବାହ କରିଦେଇଥିବା ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି ।