ଶୀଘ୍ର ନବୀନ ନେବେ ବିଶ୍ରାମ, ସୁଜାତା ହେବେ ଆଗାମୀ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କିଏ ଏହି ସୁଜାତା ଏବଂ କାହିଁକି ସେ ଅଛନ୍ତି ଚର୍ଚାରେ ??

 
Odisha Chief minister

ପୁରୀ ରେ ହୋଇଥିବା ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ "ମା’ ମାନେ ଆଗେଇ ଆସନ୍ତୁ, ଦାୟିତ୍ୱ ନିଅନ୍ତୁ । ଆପଣମାନଙ୍କ ଆର୍ଶୀବାଦ ରହିଲେ, ବିଜୁ ଜନତା ଦଳ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାର ସେବା କରି ଚାଲିବ । ମା’ ମାନଙ୍କ ଉନ୍ନତି ହିଁ ଓଡ଼ିଶାକୁ ଆଗକୁ ନେଇଯିବ।"

ଯଦି ପୂର୍ବ ଚର୍ଚ୍ଚାକୁ ଆମେ ଦେଖିବା ତାହେଲେ, ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ରହିଛନ୍ତି ସୁଜାତା କାର୍ତ୍ତିକେୟନ । ନବୀନଙ୍କ ଆହ୍ୱାନକୁ ଯଦି ସେ କାର୍ଯ୍ୟକାରୀ କରନ୍ତି, ତେବେ ୨୦୨୪ରେ ବିଜେଡି ସରକାର ହେଲେ ସୁଜାତା ରାଉତ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଜୋର ବୋଲି ନବୀନଙ୍କ କଥାରୁ ଜଣାପଡ଼ୁଛି ।

Sujata

ମିଶନ ଶକ୍ତି ଭୋଟ୍ କୁ ଆୟୁଧ କରି ଓଡ଼ିଶାରେ ପୁଣି ବିଜେଡି ସରକାର ଗଠନ କରିବାକୁ ଉଦ୍ୟମ ଆରମ୍ଭ କଲାଣି । ଯଦି ଆମେ ଧାମନଗର ଉପନିର୍ବାଚନକୁ ଦେଖିବା, ତେବେ ମିଶନ ଶକ୍ତି ଭୋଟ୍ ବିଜେଡିର ମୁଖ୍ୟ ଅସ୍ତ୍ର ବୋଲି ଆଭାସ ମିଳି ସାରିଥିଲା । ମିଶନ ଶକ୍ତିରୁ ଜଣେ ମହିଳାଙ୍କୁ ସେଠାରେ ବିଜେଡି ପ୍ରାର୍ଥୀ କଲା । ଅବଶ୍ୟ ସେଠାରେ ବିଜେଡି ଜିତିନଥିଲା । ତାହା ଭିନ୍ନ ପ୍ରସଙ୍ଗ । କିନ୍ତୁ ପଦ୍ମପୁରରେ ବିଜେଡିର ଏହି ରଣନୀତି ସଫଳ ହୋଇଥିଲା ।

ଏହାକୁ ନେଇ ଏବେ ବେଶ୍ ଉତ୍ସାହୀ ବିଜେଡି । ତେଣୁ ଆଗାମୀ ବିଜେଡି ସରକାରରେ ଜଣେ ମହିଳା ନେତୃତ୍ୱ ନେବେ ବୋଲି କୁହାଯାଉଛି । ଆଉ ଏହି ରେସରେ ପ୍ରଥମେ ମିଶନ ଶକ୍ତି ସଚିବ ସୁଜାତା ରାଉତ୍ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାକୁ ବଳିଷ୍ଠ କରୁଛି ନବୀନଙ୍କ ବକ୍ତବ୍ୟ । ମିଶନ ଶକ୍ତି ମହିଳାମାନେ ଚାହିଁଲେ ଭୋଟ୍ ଦେବେ । ତେଣୁ ମିଶନ ଶକ୍ତିରେ ବର୍ତ୍ତମାନ ଯିଏ ଦାୟିତ୍ୱରେ ଅଛନ୍ତି, ସେ ସରକାର ଚଳାଇବେ ।

Naveen Patnaik

ଇଏ ଭଲ ସଂଯୋଗ ନବୀନ କରିବାକୁ ଯାଉଛନ୍ତି । ଭଲ କଥା । ମା’ ମାନଙ୍କ ଦ୍ୱାରା କ୍ଷମତାକୁ ଆସିବା ଆଉ ଜଣେ ମହିଳାଙ୍କୁ କ୍ଷମତା ଦେବା, ଏହା ଏକ ବହୁତ ବଡ଼ ସକରାତ୍ମକ କଥା । ଯେଉଁ ମିଶନ ଶକ୍ତିକୁ ନବୀନ ସରକାର ଋଣ ଦେଇ ବେଶ୍ ସୁଦୃଢ କରିଛନ୍ତି, ଏବେ ସେମାନେ ବିଜେଡିକୁ ଭୋଟ୍ ଦେଇ ଉପକାର ସୁଝିବେ ।