ସୁରକ୍ଷା ବଳୟ ସାଙ୍ଗରେ ନବୀନ ବାବୁଙ୍କ କ୍ରେଜ୍ ବି ଗଲା, କାହିଁକି ଏକା ହୋଇଗଲେ ନବୀନ? ଜାଣନ୍ତୁ
ମୋହନ ସରକାର କ୍ଷମତାକୁ ଆସିବା ପରେ ଦ୍ୱିତୀୟ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ ବି ସେ ରାଜ୍ୟର ୫-୫ ଥର କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏଥିସହ ସେ ବିରୋଧୀ ଦଳର ନେତା ମଧ୍ୟ ଅଟନ୍ତି।
ବର୍ତ୍ତମାନ ତାଙ୍କ ସୁରକ୍ଷା ବ୍ୟବସ୍ଥା ଜେଡ ରୁ କମାଯାଇ ଓ୍ବାଇ କରାଯାଇଛି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି। ତେବେ ଦୀର୍ଘ ୨୪ ବର୍ଷଧରି କ୍ଷମତାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ସଂପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।
ତାଙ୍କ ସୁରକ୍ଷାରେ ଥିବା ପୋଲିସ ବଳ ଓ ପାଇଲୋର୍ଟିଂ ବ୍ୟବସ୍ଥାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି। ତେବେ ବିରୋଧୀ ଦଳ ନେତା ଭାବେ ସୁରକ୍ଷା ପାଇଁ କେବଳ ଦୁଇଜଣ ହାବିଦାଲରଙ୍କୁ ପିଓସ ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକଙ୍କୁ ଜେଟ ପ୍ଲସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା।
ହେଲେ ଗତ ଜୁନ ମାସରେ ନୂଆ ସରକାର ଆସିବା ପରେ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା। ତାଙ୍କ ଜେଟ୍ ପ୍ଲସ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଥିଲା। ଖାଲି ସେତିକି ନୁହେଁ ନବୀନ ନିବାସ ଭିତରେ ଓ ବାହାରେ ତିନିଟି ସିପ୍ଟରେ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ବରେ ଥିବା ଏସଏସ ବାଟାଲିୟନର ୩୦୦ ସିପାହୀ ସଂଖ୍ୟାକୁ ମଧ୍ୟ କମାଇ ୪୫ କରିଦିଆଯାଇଥିଲା।
ପୂର୍ବତନ ମୁଖ୍ୟମନ୍ତ୍ରୀ ହିସାବରେ ସୁରକ୍ଷାକୁ ଆଖି ଆଗରେ ରଖି ପାଇଲୋର୍ଟିଂ ସୁରକ୍ଷା କର୍ମୀଙ୍କ ସହ ଦୁଇଜଣ ହାବିଲଦାରଙ୍କ ଅଧୀନରେ ନବୀନ ନିବାସ ପାଇଁ ୪୫ ଜଣ ସିପାହୀଙ୍କୁ ନିଯୁକ୍ତି କରାଯାଇଥିଲା। ମାତ୍ର ଏବେ ସମସ୍ତ ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟାହାର କରାଯାଇଛି। ତେବେ ଏବେ ଦେଖିବାକୁ ବାକି ରହିଲା ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର ହେବା ପରେ ନବୀନଙ୍କର ଆଉ ସେ କ୍ରେଜ ରହୁଛି ନା କମି ଯାଉଛି।