୨୦୨୪ ନିର୍ବାଚନରେ ପୁରୀରେ ଲଢ଼ିବେ ନବୀନ ଆଉ ମୋଦୀ, ହିଞ୍ଜିଳି ଛାଡ଼ି କାହିଁକି ପୁରୀ ମୁହାଁ ନବୀନ? ଜାଣନ୍ତୁ ପୁରା ଖବର

 
Modi naveen

ଏଥର ପୁରୀରୁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରି ପ୍ରସ୍ତାବ ଦେଇଛି ଖୋଦ୍ ଶ୍ରୀ ମନ୍ଦିର ପ୍ରଶାସନିକ ବିଭାଗ। ଧାର୍ମିକ ଦୃଷ୍ଟି କୋଣ ନା ରାଜନୈତିକ ସମୀକ୍ଷା କରି ନିଆ ଯାଇଛି ଏପରି ନିଷ୍ପତ୍ତି। ଏହା ଏବେ ରାଜ୍ୟ ରାଜନୀତିରେ ଏକ ପ୍ରମୁଖ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନ।

ଫାରୋ

ଗଞ୍ଜାମରେ ବଦଳୁଥିବା ରାଜନୀତିକ ସ୍ଥିତି ତଥା ବିଜେପିକୁ ଲୋକଙ୍କର ସ୍ଵାଗତକୁ ଦେଖି ଡରିଗଲେ କି ମୁଖ୍ୟ ମନ୍ତ୍ରୀ। ନା ଶ୍ରୀ ମନ୍ଦିରରେ କରିଥିବା ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ଫାଇଦା ନେବା ପାଇଁ ଏପରି ନିଷ୍ପତ୍ତି ନିଆ ଯାଇଛି।

ପୂର୍ବ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଓ ବରଗଡ଼ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିବା ବେଳେ ଏଥର ଗଞ୍ଜାମ ପରିବର୍ତ୍ତେ ପୁରୀର ନାଆଁ ଉଠୁଛି। ପୁରୀକୁ ନେଇ ସମସ୍ତଙ୍କର ଏତେ ଆଗ୍ରହ କାହିଁକି। ପୁରୀ କେବଳ ରାଜ୍ୟ ରାଜନୀତିର ନୁହେଁ କେନ୍ଦ୍ର ରାଜନୀତିର ବି କେନ୍ଦ୍ରବିନ୍ଦୁ ପାଲଟିଛି।

Election

ପୁରୀ ମନ୍ଦିର ପ୍ରଶାସନର ମୁଖ୍ୟ ରାମକୃଷ୍ଣ ଦାସ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ପୁରୀରୁ ନିର୍ବାଚନ ଲଢ଼ିବା ପାଇଁ ଦେଇଛନ୍ତି ପ୍ରସ୍ତାବ। ତାଙ୍କର ଭାବନା ରହିଛି ବର୍ତ୍ତମାନ ପୁରୀରେ ହେଉଥିବା ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ତ୍ଵରାନିତ ହୋଇଯିବ, ଯଦି ଖୋଦ୍ ମୁଖ୍ୟମନ୍ତ୍ରୀ ପୁରୀରୁ ନିର୍ବାଚନ ଲଢ଼ିବେ। ସେ ଆହୁରି ମଧ୍ୟ କହିଛନ୍ତି ପୁରୀରୁ ନିର୍ବାଚନ ଲଢ଼ିବା ୨୦୨୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଥରେ ବିଜୟ ମୁକୁଟ ପିନ୍ଧାଇବାର ସୁଯୋଗକୁ ପକ୍କା କରିବାକୁ ହେବ।

ଏପଟେ କିନ୍ତୁ ବିରୋଧୀ ନେତା ଜୟନ୍ତ ଶଡଙ୍ଗୀ କହିଛନ୍ତି ଏଥର କିନ୍ତୁ ପୁରୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏଣ୍ଟ୍ରି ହେବ। ପୁରୀର ଲୋକେ ତାକୁ ହିଁ ବାଛିବେ ଯେ ରାତି ଦିନ ତାଙ୍କ ସାଥ ଦେଇ ପାରୁଥିବ।