ଅଡୁଆ ରେ ବବି ଏବଂ ତାମିଲ ପୁଅ ପାଣ୍ଡିଆନ, ନବଦାସଙ୍କର ହତ୍ୟା ଘଟଣାରେ କାହାର ଅଛି ହାତ !

 
babi pandiyan

୨ ବର୍ଷ ହେଲା ମନ୍ତ୍ରୀ ନବଦାସଙ୍କର ହତ୍ୟା ଘଟଣା। ହେଲେ ଆଜିଯାଏଁ ପ୍ରକୃତରେ ଦୋଷୀ କିଏ କେହି ଜାଣିପାରିଲେ ନାହିଁ। ଦିନ ଦ୍ଵିପ୍ରହରରେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ରାସ୍ତା ଉପରେ ଗୁଳି କରାଗଲା ହେଲେ ଦୋଷୀ ଆଜିଯାଏଁ ଧରାପଡିଲାନି। ଯାହାକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି।

ଆଉ ଏହାରି ଭିତରେ ସୁପ୍ରିମକୋର୍ଟରେ ଯେଉଁ ପିଟିସନ ଦାଖଲ ହୋଇଛି ତାହାକୁ ନେଇ ଚର୍ଚ୍ଚା ଜୋର। କାରଣ ନଜର ପକାନ୍ତୁ ନବ ଦାସଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏଇ ପିଟିସନ୍ ଉପରେ। 

ଅଡୁଆ ରେ ପ୍ରଣବ ପ୍ରକାଶ ଦାସ ଓ ଭି.କେ ପାଣ୍ଡିଆନ:

ପିନାକ ମହାନ୍ତି ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏଇ ହତ୍ୟାରେ ପ୍ରଣବ ପ୍ରକାଶ ଦାସ ଓ ଭି.କେ ପାଣ୍ଡିଆନଙ୍କ ସିଧାସଳଖ ସଂପୃକ୍ତିର ଅଭିଯୋଗ ଆଣିଛନ୍ତି ପିଟିସନର। 

Ex-Minister Naba Das Murder: People of Odisha will not forgive BJP, Hits  Back Naveen Patnaik | India News Diary

କ୍ରାଇମବ୍ରାଞ୍ଚ ତଦନ୍ତ ସନ୍ଦେହଘେରରେ, ତେଣୁ ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଛି। ଏପ୍ରିଲ ୧୫ ତାରିଖ ଏହାର ପ୍ରଥମ ଶୁଣାଣି ହୋଇଥିଲା। ଜୁଲାଇ ୨୯ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ଗୋପାଳର ପରିବାର ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି। ତେଣୁ ମାମଲା ଏବେ କୁଆଡ଼େ ଯାଉଛି ତାହାକୁ ନେଇ ଚର୍ଚ୍ଚା ଜୋର। 

ଜାନୁୟାରୀ ୨୯, ୨୦୨୩ ରେ ବ୍ରଜରାଜନଗର ଗାନ୍ଧୀ ଛକରେ ନବ ଦାସଙ୍କୁ ଗୁଳି କରିହତ୍ୟା କରାଯାଇଥିଲା। ତଦନ୍ତ ଭାର ଯାଇଥିଲା କ୍ରାଇମବ୍ରାଞ୍ଚ ହାତକୁ। ହେଲେ ଏବେ ବି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ନବହତ୍ୟା ମାମଲାରେ ଦାୟର ହୋଇଥିବା ଚାର୍ଜସିଟରେ ଗୋପାଳର ବନ୍ଧୁ ସମ୍ପର୍କରେ ଉଲ୍ଲେଖ ଥିଲା। ସେ ବନ୍ଧୁ ନବଙ୍କଠାରୁ ଗୋପାଳର ଜୀବନ ପ୍ରତି ବିପଦ ଥିବା କହିଥିଲେ। ତେବେ ସେ ବନ୍ଧୁ କିଏ, କାହିଁକି ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କଲାନାହିଁ ?