ଦେଖନ୍ତୁ ଭିଡିଓ: "ମୁଁ ପୋଲିସ ବାବୁ ..ହେଲେ ଘରେ ମୋ ସ୍ତ୍ରୀର ବେଣୀ ବାନ୍ଧି ପିଠି ଆଉଁସୁଛି ପରପୁରୁଷ "
Updated: Sep 3, 2023, 13:23 IST

ସାମ୍ନାକୁ ଆସିଛି ଆଉ ଏକ ଅଭିଯୋଗ, ଘଟଣା ଟି ଭଦ୍ରକ ଜିଲ୍ଲାର। ଘଟଣା ଅନୁସାରେ ପୋଲିସ SI ବସନ୍ତ ନିଜ ଶାଳୀକୁ ନିଜ ସ୍ତ୍ରୀ ବୋଲି ଦାବୀ କରୁଛନ୍ତି। ଏପଟେ ଶାଳୀ ରାଗିକି ଫାୟାର।SI ବସନ୍ତ କେବଳ ଦାବୀ କରୁ ନାହାନ୍ତି ବରଂ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ଥାନାରେ। ଯେଉଁ ଦାବୀକୁ ଶାଳୀ ସିଧା ସିଧା ମନା କରିବା ସହିତ, ଶାଳୀ ମଧ୍ୟ ହାଜର ପୋଲିସ ଥାନାରେ। କଣ ଘଟଣାଟି ଆପଣଙ୍କୁ କିଛି ବୁଝା ପଡୁନି କି,ତେବେ ଆସନ୍ତୁ ଘଟଣାଟିକୁ ଭଲ ଭାବରେ ବୁଝିନେବା।
SI ବସନ୍ତ ଆଗରୁ ଦୁଇ ଥର ବିବାହ କରିଥିଲେ। ପ୍ରଥମ ସ୍ତ୍ରୀ ମାନସିକ ରୋଗରେ ପୀଡ଼ିତ ହୋଇ ପାଗଳୀ ହୋଇଯିବା ପରେ ଦ୍ଵିତୀୟ ବିବାହ କରିଥିଲେ SI ବସନ୍ତ।ହେଲେ ଦୁର୍ଭାଗ୍ୟ ବଶତଃ ଦ୍ଵିତୀୟ ପତ୍ନୀ କ୍ୟାନ୍ସର ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ। ଦ୍ଵିତୀୟ ପତ୍ନୀଙ୍କର ଝିଅ ଟିଏ ମଧ୍ୟ ହୋଇଥିଲା। ଦ୍ଵିତୀୟ ପତ୍ନୀଙ୍କ ଭଉଣୀ ଅର୍ଥାତ୍ SI ବସନ୍ତଙ୍କ ଶାଳୀ ,ଭଉଣୀ ବଞ୍ଚିଥିବା ବେଳେ ମଧ୍ୟ ଅନେକ ସମୟ ଭିଣେଇ ଘରେ ରୁହନ୍ତି। ସାଳୀଙ୍କ କହିବା ଅନୁସାରେ ଭଉଣୀକୁ କ୍ୟାନ୍ସର ହୋଇଥିବା ହେତୁ ଭଉଣୀର ସେବା କରିବା ପାଇଁ ସେ ରୁହନ୍ତି। ତାଙ୍କର ଆଉ କିଛି ଉଦ୍ଦେଶ୍ୟ ନ ଥିଲା।
SI ବସନ୍ତ ଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ତ୍ରୀ କ୍ୟାନ୍ସର ରୋଗରେ ପୀଡ଼ିତ ଥିବା ବେଳେ କହୁଥିଲେ ମୁଁ ତ ଆଉ ବଞ୍ଚିବିନି,ମୋ ଝିଅ ଆଉ ତୁମର ଦେଖାଶୁଣା କିଏ କରିବ। ମୋ କଥା ମାନ,ମୁ ମରିବା ପରେ ଦ୍ଵିତୀୟ ବିବାହ କରିନେବ।ଯିଏ ମୋ ଝିଅ ଓ ତୁମର ଯତ୍ନ ନେବ । ଏପରି କହି ତାଙ୍କ ସ୍ତ୍ରୀ ତାଙ୍କୁ ନିଜ ଭଉଣୀକୁ ବାହା ହୋଇଯାଅ ବୋଲି କହିଥିଲେ।SI ବସନ୍ତ କୁଆଡେ ତାଙ୍କ ସ୍ତ୍ରୀ ଆଗରେ ତାଙ୍କ ଶାଳୀ ଙ୍କୁ ସିନ୍ଦୂର ପିନ୍ଧାଇ ଥିଲେ ଠାକୁରଙ୍କ ଆଗରେ।
୨୦୨୧ ମସିହାରେ ସିନ୍ଦୂର ପିନ୍ଧାଇବା ପର ଠାରୁ ଦୁହେଁ କୁଆଡେ ସ୍ଵାମୀ, ସ୍ତ୍ରୀ ଭାବରେ ରହି ଆସୁଥିଲେ। ହେଲେ SI ବସନ୍ତ ଯେତେବେଳେ ଖବର ପାଇଲେ ଶାଳୀ ର ବାପା ତାଙ୍କର ବାହାଘର ଆଉ କେଉଁଠି ଠିକ୍ କରି ଦେଇଛନ୍ତି ସେ ଭୀଷଣ ରାଗି ଯାଇଥିଲେ ଏବଂ ନିଜ ଅଭିଯୋଗ ନେଇ ପହଞ୍ଚି ଥିଲେ ଥାନାରେ।
ଏପଟେ ଶାଳୀ ଓ ତାଙ୍କ ପରିବାର ଲୋକେ ମଧ୍ୟ ଏ ସବୁ ମିଛ ବୋଲି କହିବା ସହିତ SI ବସନ୍ତ ଙ୍କ ନାମରେ ଏକ ଏଫଆଇଆର ଦେଇଥିଲେ।
ଏ ପର୍ଯ୍ୟନ୍ତ ଘଟଣାକୁ ନେଇ କୌଣସି ସତ୍ୟତା ଜଣା ପଡୁ ନାହିଁ। କିଏ ମିଛ କହୁଛି କିଏ ସତ କହୁଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ପୋଲିସ ତାର ତଦନ୍ତ ଆରମ୍ଭ କରିବା ପରେ ଘଟଣା ଟିର ସତ୍ୟା ସତ୍ୟ ଆଗକୁ ଆସିବ ବୋଲି ଆଶା କରାଯାଉଛି।