ଦେଖନ୍ତୁ ଭିଡ଼ିଓ: ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଲେ ଏହି ମାଉସୀ, ଶୁଣିଲେ ଆପଣଙ୍କ ଉଡିଯିବ ହୋସ୍

 
Safei

ଦିନ ହେଉ ଅଥବା ରାତି ରାଜଧାନୀ ସମେତ ରାଜ୍ୟର ଅନେକ ସହର ବେସ୍ ସଫା ଏବଂ ଚିକ୍କଣ ଦେଖା ଯାଇଥାଏ। କିନ୍ତୁ, ଏବେ ଏହା ଏପରି ଦେଖାଯିବ ନାହିଁ। ଏହାର କାରଣ ହେଉଛି ରାସ୍ତା ଘାଟକୁ ସଫା ରଖୁଥିବା ସଫେଇ କର୍ମଚାରୀମାନେ କରିଛନ୍ତି "ଝାଡୁ ଛାଡ଼" ଆନ୍ଦୋଳନ। ଆଜ୍ଞା ହଁ, କଟକ,ନୟାଗଡ଼ ଏବଂ ଭୁବନେଶ୍ୱର ସମେତ ଅନେକ ବଡ଼ ବଡ଼ ସହରରେ ଏହି ଆନ୍ଦୋଳନ ଜାରି ରହିଛି। 

ବର୍ତ୍ତମାନ ସମୟରେ ଏହି କର୍ମଚାରୀମାନେ ଅସ୍ଥାୟୀ ଭାବରେ ଠିକା ନିଯୁକ୍ତିରେ କାମ କରୁଥିବା ବେଳେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସଫେଇ କର୍ମଚାରୀ ସଂଘ ତରଫରୁ ଦାବି କରାଯାଇଛି। ଏହା ବ୍ୟତୀତ ଦୈନିକ ୬୦୦ ଟଙ୍କା ଦରମା ଏବଂ ଗରିମା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ସଂଘ ତରଫରୁ ଦାବି କରାଯାଇଛି।ଏଥିନେଇ ଓଡିଶା ଚୁକ୍ତି ଭିତ୍ତିକ ସଫେଇ ସଂଘର ସଭାପତି ମୋହନ ନାୟକ ସ୍ପଷ୍ଟ ଭାବରେ ସୂଚନା ଦେଇଛନ୍ତି। ଯଦି ସରକାର ସେମାନଙ୍କ ଦାବି ନ ମାନନ୍ତି ତେବେ, ରାଜ ରାସ୍ତାରେ ଅଳିଆ ସଫା ହେବନାହିଁ ଏବଂ ଆଗାମୀ ନିର୍ବାଚନରେ ସଂଘ ନିଜର ବଳ ଦେଖାଇବ ବୋଲି ସ୍ପଷ୍ଟ କରିଛି। କରୋନା ସମୟରେ ସେମାନେ ଯଥେଷ୍ଟ ସେବା କରିଥିବା ବେଳେ ବର୍ତ୍ତମାନ ସ୍ୱଳ୍ପ ଦରମାରେ ଚଳିବା କଷ୍ଟକର ହୋଇ ପଡିଛି ବୋଲି କହିଛନ୍ତି ସଫେଇ କର୍ମଚାରୀ।