ଦେଖନ୍ତୁ ଭିଡିଓ: ପୁଅ ଝିଅ ଉପରେ ସାବତ ମା’ର ଅତ୍ୟାଚାର, ବିସ୍କୁଟ ଖାଇ ଦେଲା ବୋଲି ସାବତ ପୁଅ ଝିଅକୁ ନିର୍ଦ୍ଧୁମ ପିଟିଲା ମା

 
Sabat maa

ଖଣ୍ଡେ ବିସ୍କୁଟ ଖାଇ ଦେବାରୁ ମାରି ମାରି ଝିଅର ଦେହ ହାତ ଖଣ୍ଡିଆ କରି ଦେଇଛି ସାବତ ମାଆ । ହାତ , ଗୋଡ , ମୁହଁ , ଆଖି କୋଉଠି ବି ବାକି ରଖିନି । ସବୁଠି ସାବତ ମାଆର ମାଡ଼ର ଚିହ୍ନ ।

ଏପରି ଏକ ଦୁଃଖଦ ଓ ନିନ୍ଦନୀୟ ଘଟଣା ଘଟିଛି କଟକ ଆଠଗଡ଼ ଥାନା ଅନ୍ତର୍ଗତ ରାଧାବଲ୍ଲଭ ଗାଆଁରେ । ଯଦି ଆପଣ ବି ସେହି ୧୧ ବର୍ଷର କୁନି ଝିଅଟିର ହୃଦୟଭରା କୋହ ଶୁଣନ୍ତି ତେବେ ଆପଣଙ୍କ ମନ ବି ଦୁଃଖରେ ଭରିଜିବ । କେବଳ ଝିଅ ନୁହେଁ ଆଜ୍ଞା ଦୁଇ ଭାଇ ଭଉଣୀଙ୍କୁ ନିର୍ଦ୍ଧୁମ ପିଟିଛି ମାଆ ।

Child

ଝିଅଟି ମାଡ ଖାଇ ରାଗି ପଳାଉଥିବା ବେଳେ କିଛି ଯୁବକ ତାର କ୍ଷତ ବିକ୍ଷତ ଶରୀରକୁ ଦେଖି ପୋଲିସ ସହିତ ଯୋଗା ଯୋଗ କରି ତାକୁ ମେଡିକାଲ ନେଇ ଯାଇଥିଲେ । ଝିଅଟି ନିକଟରେ ଗଣମାଧ୍ୟମ ପହଞ୍ଚିବା ପରେ ସେ ତାର ଅନେକ ଦିନର ମନ ଭିତରେ ଚାପି ରଖିଥିବା ଦୁଃଖକୁ ଗୋଟି ଗୋଟି କରି ବଖାଣି ଦେଇଛି ।

ଝିଅଟି କହିଛି ବିନା ଦୋଷରେ ମୋ ସାବତ ମା ମୋତେ ଓ ମୋ ଭାଇକୁ ଖୁବ୍ ମାରନ୍ତି । କେବେ ବାଡ଼ିରେ ତ କେବେ ଝାଡୁରେ । ସୂଚନା ମିଳିଛି ଯେ ଝିଅଟିର ବାପାଙ୍କର ଡିଭୋର୍ସ ଏବେ ବି କୋର୍ଟରେ ଚାଲିଥିବା ବେଳେ ଏବେ ଦ୍ଵିତିୟ ବିବାହ କରିସାରିଲେଣି ବାପା । ଘଟଣା ସ୍ଥଳରେ ଶିଶୁ ସୁରକ୍ଷା ବିଭାଗ ପହଞ୍ଚି ଘଟଣାର ଯାଞ୍ଚ କରିଛି ।

Maa bapa

ବାଙ୍କୀ ଥାନା ଅଧିନ ପାଥପୁର ଅଞ୍ଚଳର ଶଙ୍କର୍ଷଣ ନନ୍ଦଙ୍କ ପୁଅ ସୁନିଲ କୁମାର ନନ୍ଦ ଆଜକୁ ପ୍ରାୟ ୧୪ ବର୍ଷ ତଳେ ଖୋର୍ଦ୍ଧାର ତ୍ରିଭୁବନ ନନ୍ଦଙ୍କ ଝିଅ ସୁହାସିନୀଙ୍କୁ ବିବାହ କରିଥିଲେ। ତାଙ୍କର ପ୍ରଥମ ସ୍ତ୍ରୀ ପଟରୁ ପୁଅ ଓ ଝିଅ ରହିଛି। କୌଣସି କାରଣରୁ ତାଙ୍କର ପ୍ରଥମ ବିବାହ ବିଚ୍ଛେଦ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ସୁନିଲ ଦ୍ୱିତୀୟ ବିବାହ କରିଥିଲେ। ୪ ବର୍ଷ ପୂର୍ବରୁ ଯାଜପୁରର ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ଝିଅ ପୁଷ୍ପଲତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀ ପଟୁ ତାଙ୍କର ୨ ବର୍ଷର ଗୋଟିଏ ଝିଅ ଅଛି।

ଦ୍ୱିତୀୟ ପତ୍ନୀ ଏବଂ ପୁଅ, ଝିଅଙ୍କୁ ଧରି ସୁନିଲ ଆଠଗଡ ଷୋଳଘରିଆ ନିକଟରେ କିଛି ଦିନ ହେବ ଭଡା ଘର ନେଇ ରହୁଛନ୍ତି। ସୁନିଲ ଗାଡି ଚାଳକ ଭାବେ କାମ କରନ୍ତି। ସୋମବାର ସେ ବୋଲେରୋ ଗାଡ଼ିର ମରାମତି ପାଇଁ ଯାଇଥିବା ବେଳେ ସୁନିଲଙ୍କ ଦ୍ୱିତୀୟ ପତ୍ନୀ ତାଙ୍କ ସାବତ ପୁଅ, ଝିଅକୁ ମରଣାନ୍ତକ ଆକ୍ରମଣ କରିଥିଲେ। 

ବେଲଣା କାଠି, ଲୁହା ଖଡିକା, ଶଣ୍ଢୁଆଶି ଦ୍ବାରା ପୁଅ ସୌରଭ ନନ୍ଦ(୧୩) , ଝିଅ ସୌମ୍ୟାଶ୍ରୀ ନନ୍ଦ (୧୦)ଙ୍କୁ ଆକ୍ରମଣ କରିଥିଲେ। ସେମାନେ ଆକ୍ରମଣରେ ଗୁରୁତର ହୋଇ ପଡିଥିବା ବେଳେ ସାହିପଡିଶା ଲୋକମାନେ ତାଙ୍କୁ ଉଦ୍ଧାର କରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ।