ମହିଳାଙ୍କୁ ରାତିସାରା ଦୁଷ୍କର୍ମ କଲେ ୪ ଯୁବକ, କାମୁଡ଼ି ଛିଣ୍ଡାଇ ଦେଲେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ, ଆଉ ତାପରେ..

 
ମହିଳାଙ୍କୁ ରାତିସାରା ଦୁଷ୍କର୍ମ କଲେ ୪ ଯୁବକ, କାମୁଡ଼ି ଛିଣ୍ଡାଇ ଦେଲେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ, ଆଉ ତାପରେ..

ଦେଶରେ ଦୁଷ୍କର୍ମ ଦିନକୁ ଦିନ ବଢି ବଢି ଚାଲିଛି। ପ୍ରତ୍ୟେକ ଦିନ ମହିଳା ଏଥିରେ ଶିକାର ହେଉଛନ୍ତି। ରାଜ୍ୟରେ ମଧ୍ୟ ବଢିଚାଲିଛି ଦୁଷ୍କର୍ମ, ବାଲେଶ୍ୱର ଜିଲ୍ଲାରୁ ଆସିଛି ଏକ ଭୟଙ୍କର ଦୁଷ୍କର୍ମ ଘଟଣା। ମହିଳାକୁ ରାତିସାରା ଗଣ ଦୁଷ୍କର୍ମ ପରେ ସମ୍ବେଦନଶୀଳ ଅଂଗକୁ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି ଅଭିଯୁକ୍ତ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ନାଉପାଳଗଡି ଅଞ୍ଚଳରେ ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଗୁରୁବାର ରାତିରେ ମହିଳାଙ୍କୁ ୫-୬ ଜଣ ଦୁର୍ବୃତ୍ତ ତାଙ୍କ ଘରୁ ନେଇ ଏକ ପରିତ୍ୟକ୍ତ ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଛି।

ମହିଳାଙ୍କ ବୟାନ ହିସାବରେ, ଗୁରୁବାର ଦିନ ତାଙ୍କୁ କିଛି ଦୁର୍ବୃତ୍ତ ମାନେ ଟେକି ନେଇ ଅମାନୁଷିକ ଭାବେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏହାଛଡା ତାଙ୍କୁ ଶରୀରକୁ କାମୁଡ଼ି କ୍ଷେତ ବିକ୍ଷତ କରିଦେଇଥିବା ନିଜେ କହିଛନ୍ତି ପୀଡିତା।