ସେପଟେ ପହଞ୍ଚିଗଲା ଭୁତାଣୁ ଚିନ୍ତାରେ ଲୋକେ! ଓଡ଼ିଶାରେ କୋରନା ପରି ପୁଣି ହୋଇଯିବ କି ଲକଡାଉନ? ଜାଣନ୍ତୁ ପୁରା ଖବର

 
New virus

ପୁଣିଥରେ ନୂଆ ଭୂତାଣୁକୁ ନେଇ ସମସ୍ତଙ୍କ ମନରେ ସୃଷ୍ଟି ହେଉଛି ଭୟ। ତେବେ ଏହି ଭାଇରସ କେତେ ମାରାତ୍ମକ ତାକୁ ନେଇ ଆହୁରି ଚାଲିଛି ଗବେଷଣା। ସେଇଥିପାଇଁ ବିଭିନ୍ନ ରାଜ୍ୟର ସରକାର ବହୁତ୍ ଜୋର୍ ସୋରରେ ଲୋକଙ୍କୁ ସତର୍କ କରିବା ସହ ସେପଟେ ଓଡ଼ିଶା ସରକାର ବି ଏହି ଭାଇରସକୁ ନେଇ କେମିତି ମୁକାବିଲା କରାଯିବ ତାହାର ବି ପ୍ରସ୍ତୁତି ଆରମ୍ଭ ହେଇଗଲାଣି। ଦେଖୁ ଦେଖୁ ଭାରତରେ ପଶିଗଲା ଏଚଏମପିଭି ଭାଇରସ। 

ଆଉ ଏବେ ଓଡ଼ିଶା ପାଖ ରାଜ୍ୟରେ ପଶି ସାରିଛି ଏହି ଭାଇରସ। ଆଉ ଆଶଙ୍କା କରାଯାଉଛି ଓଡ଼ିଶା ଭିତରୁ ମଧ୍ୟ ଆଗକୁ ହୁଏତ ବାହାରି ପାରେ ଏହି  ଭାଇରସର ରୋଗୀ। ଭାରତର ୪ ରାଜ୍ୟରେ ୬ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଲେଣି।

Virus

ଆଗକୁ ଲକଡାଉନ୍ ପରି ପରିସ୍ଥିତି ଆସିବ ବୋଲି କୁହାଯାଉଛି। ତେବେ ବେଙ୍ଗାଲୁର ୨ ଶିଶୁ ଚେନ୍ନାଇରେ ଦୁଇ ଏବଂ ଅହମ୍ମଦାବାଦରେ ଜଣେ ଦୁଇମାସର ଶିଶୁକୁ ଏଚଏମପିଭି ଭାଇରସ ଆକ୍ରାନ୍ତ କରିଥିବା ଜଣା ପଡ଼ିଛି। 

ସେହିପରି କୋଲକତାରେ ମଧ୍ୟ ୬ ମାସର ଶିଶୁ ଭିତରେ ଏଚଏମପିଭି ଚିହ୍ନଟ ହେଇଛି। ଆଉ ଏପଟେ ଓଡ଼ିଶାରେ ମଧ୍ୟ ଲୋକଙ୍କର ଚିନ୍ତା ବଢିଲାଣି। କାରଣ ଓଡ଼ିଶା ପାଖ ରାଜ୍ୟ ଗୁଡିକରେ ମଧ୍ୟ ଏହିଭଳି ଭାଇରସ ଦେଖିବାକୁ ମିଳିଲାଣି।

ତେବେ ଏବେ ଆଶଙ୍କା କରାଯାଉଛି ଯେ ଓଡ଼ିଶାରେ ମଧ୍ୟ ଏହି ଭୂତାଣୁ ଅଳ୍ପ ଦିନରେ ପଶି ଯାଇପାରେ। ଆଉ ସେଥିପାଇଁ କରାଯାଉଛି ସବୁକିଛି ବ୍ୟବସ୍ଥା ଯେମିତିକି ଭୁତାଣୁର ପୁରା ମୁକାବିଲ କରାଯାଇପାରିବ। 

ତେବେ ବିଶେଷଜ୍ଞ ମାନେ କହିଛନ୍ତି ଏହି ଭୂତାଣୁରୁ ରକ୍ଷା ପାଇବା ପାଇଁ ବା ଅଧିକ ମାତ୍ରାରେ ନବ୍ୟାପିବା ପାଇଁ ମାକ୍ସ୍ ବ୍ଯବହାର କରିବାକୁ ପଡ଼ିବ। ଏମିତିକି ସାନିଟାଇଜରରେ ହାତକୁ ଧୋଇବାକୁ ପଡ଼ିବ। ତାହା ସହିତ ଏହି ଭୁତାଣୁ ଯାହାକୁ ଆକ୍ରାନ୍ତ କରିଥିବ ତାହାଠାରୁ କେମିତି ଦୂରେଇ ରହିବେ ତାକୁ ମଧ୍ୟ ନଜର ରଖିବାକୁ ପଡ଼ିବ। ତେବେ କୁହାଯାଉଛି ଏହି ଭୂତାଣୁର କୌଣସି ମେଡିସିନ ବାହାରିନି କି କୌଣସି ଭ୍ୟାକ୍ସିନ ମଧ୍ୟ ବାହାରିନି। ସେଥିପାଇଁ ଅଧିକ ସତର୍କ ରହିବା ପାଇଁ ସରକାର ମଧ୍ୟ ବାରମ୍ଵାର କହୁଛନ୍ତି।