ସମ୍ବେଦନହୀନ ମୁଖିଆ! ଡ୍ରେନରେ ଭାସି ଛାତ୍ର ମୃତ୍ୟୁକୁ ନେଇ ଏଭଳି ବିବାଦୀୟ ମନ୍ତବ୍ୟ ଦେଲେ ପୂର୍ବତନ BMC ମେୟର, ଜାଣନ୍ତୁ

 
Mayor

ସ୍ମାର୍ଟ ସିଟିର ପରିଚୟ ପାଇଥିବା ରାଜଧାନୀରେ ଅସରାଏ ବର୍ଷା ହେଲେ ସୃଷ୍ଟି ହୋଇଯାଉଛି ବନ୍ୟା ପରିସ୍ଥିତି। ଗତ ୧୯ ତାରିଖରେ ଲଘୁଚାପ ବର୍ଷା ହେତୁ ଏହିପରି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁଥିରେ ନାବାଳକ ରାଜା ଓରଫ ଜ୍ୟାତିପ୍ରକାଶ ବେହେରା ଟିଉସନ୍ ଯାଉଥିବା ବେଳେ ମୁକୁଳା ଡ୍ରେନରେ ପଡି ପ୍ରାଣ ହରାଇଲେ। ଜ୍ୟାତିପ୍ରକାଶଙ୍କ ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ରାଜନେତା ମାନଙ୍କ ଉଅରେ ଏହାର କୌଣସି ପ୍ରଭାବ ପଡୁନଥିବା ମନେ ହେଉଛି।

Drain

ଏହାରି ଭିତରେ ପୂର୍ବତନ ମେୟର ବୁନୁ ଓରଫ ଅନନ୍ତ ନାରାୟଣ ଜେନାଙ୍କର ଏକ ମନ୍ତବ୍ୟ ବେସ୍ ବିବାଦୀୟ ହୋଇପଡ଼ିଛି। ତାଙ୍କ ମତରେ ଏହି ଅଘଟଣରେ ଦୁଇଟି କାରଣ ରହିଛି। ପ୍ରଥମତଃ ଏହା ଏକ ଦୈବୀଦୁର୍ବିପାକ ପର୍ଯ୍ୟାୟଭୁକ୍ତ ଅଘଟଣ ହୋଇଥିବାରୁ ଏଥିରେ କିଛି କରି ହେବନାହିଁ ବୋଲି ସେ କହିଛନ୍ତି। ଦ୍ଵିତୀୟତଃ ଇଲେକ୍ଟ୍ରାନିକ୍ସ ଗଣମାଧ୍ୟମ ସଚେତନ କରୁ ନ ଥିବାରୁ ଲୋକେ ବର୍ଷାରେ ଘରୁ ବାହାରୁଛନ୍ତି। ସେଥିପାଇଁ ଡ୍ରେନରେ ପଡି ପ୍ରାଣ ହରାଉଛନ୍ତି ବୋଲି ସେ ମନ୍ତବ୍ୟ ଦେଇଛନ୍ତି। 

Ananta narayan jena

ତେବେ, ଭୁବନେଶ୍ୱରର ଦୁଇ ଦୁଇ ଥର ମେୟର ରହିଥିବା ଅନନ୍ତ ନାରାୟଣଙ୍କର ଏଭଳି ମନ୍ତବ୍ୟକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ଲୋକେ। ଯଦି ଏହା ଏକ ଦୈବୀ ଦୁର୍ବିପାକ ତା ହେଲେ ଏଥିରେ କଣ ବିଏମସିର କୌଣସି ଭୁଲ୍ ନାହିଁ। ବିଏମସି ଡ୍ରେନ ଖୋଳି ଏଥିରେ ସ୍ଲାବ ନ ପକାଇବାରୁ ବାରମ୍ବାର ଏପରି ଘଟୁଛି। ତେବେ ବୁନୁ ବାବୁଙ୍କୁ ଏହି ଅଘଟଣ ପାଇଁ ପ୍ରଶାସନର କୌଣସି ତ୍ରୁଟି କିପରି ଦିଶିଲାନି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।