ଦେଖନ୍ତୁ ଭିଡିଓ: “ଜୋର ଜବରଦସ୍ତି ମୋ ସହ ଶାରୀରିକ ସମ୍ପର୍କ ରଖିଲା, ମୁଁ ମରିବା ଅବସ୍ତାରେ ପଡିଥିଲି, ମେଡିସିନ ନଦେଇ ପଳାଇଲା”

 
Mahila

ଗଣିତ ଦିଦୀଙ୍କର ଇତିହାସକୁ ନେଇ ଉଠିଲା ପ୍ରଶ୍ନ। ପ୍ରଥମେ ଡିଭର୍ସ ପରେ ପ୍ରେମରେ ଧୋକା ଖାଇଲେ ଦିଦି। ନା ପ୍ରେମିକର ହେଲେ ନା ସ୍ୱାମୀର। ବହିର ଅଙ୍କ ସିନା କଷି ଦେଇଥିଲେ ହେଲେ ଜୀବନ ଅଙ୍କରେ ଫେଲ୍ ମାରିଲେ ଦିଦି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରୁ। ପାରିବାରିକ କଳହ ଦେଖି ଦେବାରୁ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ ଦିଦି। ହେଲେ ଅନ୍ୟ ମାନଙ୍କ ପରି ଭାଙ୍ଗିପଡି ନ ଥିଲେ।

Mahila abhijog

ନିଜର ୬ ବର୍ଷର ଝିଅକୁ ଧରି ନୂଆ ଏକ ଭବିଷ୍ୟତ ଗଢ଼ିବା ପାଇଁ ରାଜଧାନୀ ପଳାଇ ଆସିଥିଲେ । ନିଜର ପେଟ ପୋଷିବା ପାଇଁ ସେ ରାଜଧାନୀର ଏକ ପ୍ରାଇଭେଟ୍ ସ୍କୁଲ ରେ ଗଣିତ ଶିକ୍ଷୟତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ। ଏଥି ମଧ୍ୟରେ ସେ ଏକ ଜିମ୍ ସେଣ୍ଟର୍ ଜଏନ୍ କରିଥିଲେ। କିଛି ଦିନ ଜିମ୍ ସେଣ୍ଟର୍ ଜଏନ୍ କଲା ପରେ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା ବିଭୂତିଙ୍କ ସହ। ଦିନକୁ ଦିନ ଦୁହିଁଙ୍କର ବନ୍ଧୁତା ନିବିଡ ହେବାରେ ଲାଗେ।

ଗଣିତ ଦିଦିଙ୍କର କହିବା ଅନୁସାରେ ୨୦୨୩ ମସିହା ଅଗଷ୍ଟ ମାସ ୯ ତାରିଖରେ ସେ ଭୀଷଣ ଜ୍ବରରେ ପଡିଥିଲେ। ଭୁବନେଶ୍ଵରରେ ତାଙ୍କର ଏକ ମାତ୍ର ସମ୍ପର୍କୀୟ ବିଭୂତି ଥିବାରୁ ସେ ତାଙ୍କୁ ମେଡ଼ିସିନ୍ ଆଣିବାକୁ କହିଥିଲେ। ରାତ୍ରି ପ୍ରାୟ ୧୦.୩୦ ବେଳକୁ ବିଭୂତି ଦିଦିଙ୍କ ଘରେ ପହଞ୍ଚିଥିଲେ। ଦିଦି ଘରେ ଏକୁଟିଆ ଥିବାର ସୁଯୋଗ ନେଇ ବିଭୂତି ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ସେ ସେଠାରୁ ପଳାଇ ଯାଇଥିଲେ।

ଗଣିତ ଦିଦି ନିଜ ସହ ଏପରି ହେବାରୁ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଥିଲା। କୌଣସି ବିଭୂତି ଏହାକୁ ଜାଣି ପାରି ଦିଦିଙ୍କ ପାଖରେ ପହଞ୍ଚି ଥିଲେ। ସେ ଦିଦିଙ୍କୁ କ୍ଷମା ମାଗିବା ସହ ତାଙ୍କୁ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଯାହା ପରେ ତାଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଗଢ଼ି ଉଠିଥିଲା।

ଦିଦିଙ୍କ ଅଭିଯୋଗ ଅନୁସାରେ ବିଭୂତିଙ୍କ ବାପାଙ୍କ ଅପରେସନ ପାଇଁ ନିଜର ଗହଣା ଗାଣ୍ଠି ବିକି ସେ ତାଙ୍କୁ କିଛି ଟଙ୍କା ଦେଇଥିବା ଦେଇଥିଲେ। ସେ ଅନ୍ୟ ମାନଙ୍କ ଠାରୁ କିଛି ଟଙ୍କା ଧାର ମଧ୍ୟ ଆଣିଥିଲେ। କିଛି ସମୟ ବିତିବା ପରେ ସେ ବିଭୂତିଙ୍କୁ ଟଙ୍କା ମାଗିବାରୁ ବିଭୂତି ତାଙ୍କୁ ଓଲଟା ଧମକ ଦେବା ସହ ସବୁ କଥାକୁ ଫାଙ୍କି ଦେଇଥିଲେ। ସବୁ କ୍ଷେତ୍ରରୁ ନିରାଶ ହେବା ପରେ ଏବେ ନ୍ୟାୟର ଦ୍ବାରସ୍ଥ ହୋଇଛନ୍ତି ଗଣିତ ଦିଦି। ପୋଲିସ୍ କୁ ଏକ ଲିଖିତ ଅଭିଯୋଗ ଦେବା ସହ ପ୍ରେମିକର ଘର ସାମ୍ନାରେ ଧାରଣା ଦେଇଛନ୍ତି ଗଣିତ ଦିଦି।