ମାସ୍କ ପିନ୍ଧି ନଥିବାରୁ ଯୁବକଙ୍କୁ ତଳେ ପକାଇ ଅତି ନିର୍ମମ ଭାବରେ ମାଡ଼ ମାରିଲେ ପୋଲିସ୍, ଦେଖନ୍ତୁ ଭିଡିଓ

 
ମାସ୍କ ପିନ୍ଧି ନଥିବାରୁ ଯୁବକଙ୍କୁ ତଳେ ପକାଇ ଅତି ନିର୍ମମ ଭାବରେ ମାଡ଼ ମାରିଲେ ପୋଲିସ୍, ଦେଖନ୍ତୁ ଭିଡିଓ

ଓଡ଼ିଶା ପୋଲିସର ଦବଂଗଗିରି, ମାସ୍କ ପିନ୍ଧି ନଥିବାରୁ ଯୁବକଙ୍କୁ ତଳେ ପକାଇ ନିଧୁମ ମାଡ଼। ଏପରିକି ପୋଲିସ ଏପରିକି ହତ୍ୟା ଉଦ୍ୟମ ଦଫା ଲଗାଇ ଗିରଫ କରିଛି। ପୋଲିସର ମାଡ଼ ମରା ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଥାନା ସମ୍ମୁଖରେ କିଛି ବ୍ୟକ୍ତି ସାମାଜିକ ଦୂରତ୍ୱ ରଖି ଛିଡ଼ା ହୋଇଛନ୍ତି। ଥାନାବାବୁ ଜଣକ ଚୌକି ପକାଇ ଗୋଡ଼କୁ ଗୋଡ଼ ଛନ୍ଦି ବସିଛନ୍ତି। କଥାବାର୍ତ୍ତା ଚାଲିଛି ମାସ୍କ ପିନ୍ଧିବା ନ ପିନ୍ଧିବାକୁ ନେଇ। ଦେଖନ୍ତୁ ଭିଡିଓ-

ଆଉ ଏଇ କଥାରେ ଜଣେ ଯୁବକ ସମସ୍ତ ଘଟଣାକୁ ଯେତେବେଳେ ଭିଡିଓ କରିବାକୁ ବାହାରିଲେ ଚିହିଙ୍କି ଉଠିଲେ ଥାନାବାବୁ। ପାଖରେ ଥିବା ଅନ୍ୟ ସମସ୍ତ ପୁଲିସ୍ କର୍ମଚାରୀ ଯୁବକ ଜଣଙ୍କୁ ବେଢ଼ିଗଲେ। ତଳେ ପକାଇ ମାଡ଼ ମଧ୍ୟ ମାରୁଛନ୍ତି। ଖାଲି ସେତିକି ନୁହେଁ, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇ ପୁଲିସ ତାଙ୍କୁ ଗିରଫ କରିଛି। ତେବେ ବଡ଼ କଥା ହେଲା, ଭିଡିଓରେ ଥିବା ପୁଲିସ କର୍ମଚାରୀମାନେ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିଥିବା ବେଳେ ଆଉ ଜଣେ କେବଳ ଗାମୁଛା ଓ ଗଞ୍ଜି ପିନ୍ଧି ଆକ୍ରମଣ କରିଥିଲେ।

ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ କହିଛନ୍ତି- “ସମ୍ପୃକ୍ତ ବ୍ୟକ୍ତି ମାସ୍କ ଓ ହେଲ୍‌ମେଟ୍‌ ପିନ୍ଧି ନଥିଲେ। ଫାଇନ୍‌ କଲା ବେଳେ ସେ ରସିଦ୍‌ ବହି ଚିରି ଦେବାକୁ ଉଦ୍ୟମ କରିଥିଲା। ଟେକା ପଥର ମାଡ଼ କଲା। ଯାହାଫଳରେ ଆମ କର୍ମଚାରୀମାନେ ଆହତ ହୋଇଛନ୍ତି। ସେଥିପାଇଁ ତାଙ୍କୁ ଗିରଫ କରିବା ପାଇଁ ବାଧ୍ୟ ହେଲୁ।”