ଦେଖନ୍ତୁ ଭିଡିଓ: ଅଧା ରହିଗଲା ଚଉଠି ରାତି, ଦିଲ୍ଲୀରୁ ବାହା ହୋଇ ଆସିଥିଲେ, ଓଡ଼ିଶାରେ ସରିଗଲା ଆୟୁଷ, କାହାକୁ ନମିଳୁ ଏମିତି ଦୁଃଖ

 
Cauthi purabru mrutyu
ସତରେ ମୃତ୍ୟୁ ଏତେ ନିଷ୍ଠୁର କିପରି ହୋଇପାରେ । ମୃତ୍ୟୁ ଯେ ଚିରନ୍ତନ ସତ୍ୟ ଏହା ଆମେ ସମସ୍ତେ ଜାଣୁ । ହେଲେ ମୃତ୍ୟୁ କାହିଁକି ଦେଖେନା ସ୍ଥାନ , କାଳ ଓ ପାତ୍ର । ଜୀବନ ବଞ୍ଚିବା ପୂର୍ବରୁ ମୃତ୍ୟୁ ଆସେ ତେବେ ଭଗବାନ ଜନ୍ମ ଦିଅନ୍ତି କାହିଁକି । ଯଦି ଏ ମୋହ ମାୟା ସଂସାରରୁ ଦିନେ ନା ଦିନେ ଯିବାକୁ ପଡେ, ତାହେଲେ ଭଗବାନଙ୍କର ଏତେ ସବୁ ରଚନା କଣ ପାଇଁ ।

Couple

ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭୁବନେଶ୍ୱରରେ । ଯାହା ଜାଣିଲେ ଆପଣ ବି କହିବେ ଏମିତି ଦୁଃଖ ଭଗବାନ ଆଉ କାହାକୁ ନ ଦିଅନ୍ତୁ । ୩ଦିନ ହେଲା ସରିଛି ବାହାଘର । ରାତି ପାହିଲେ ହେବ ଚଉଠି । ଭୋଜି ହେବ । ବନ୍ଧୁ ବାନ୍ଧବ , ସାହି ପଡିଶା ଆସିବେ । ବିବାହ ଭଳି ଏକ ପବିତ୍ର ବନ୍ଧନକୁ ସମସ୍ତେ ଖୁସିର ସହ ମିଶି ପାଳିବେ ।

ହେଲେ ସବୁ କିଛି ହୋଇଗଲା ଓଲଟ ପାଲଟ । ଭୋଜି ଦେବା ପାଇଁ ମଣ୍ଡପ ବୁକ୍ କରିବାକୁ ଯିବା ବେଳେ ରାସ୍ତାରେ ଜଗି ବସିଥିଲା ନିର୍ଦ୍ଦୟୀ ମୃତ୍ୟୁ । ଏକ ଆକ୍ସିଡେନ୍ଟରେ ଚାଲିଗଲା ଜୀବନ ।

ବିସ୍ତାରରେ , ଅଂଶୁମାନ ସାମଲଙ୍କ ଘର ହେଉଛି ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ଅନ୍ତର୍ଗତ ୬୭ ନଂ ପ୍ଲାଟଫର୍ମରେ । ସେ ଦିଲ୍ଲୀ ରେ ଭଲ କମ୍ପାନୀରେ କାମ କରୁଥିଲେ । ସେଠାରେ ସେ ଏକ ଝିଅକୁ ବିବାହ କରିଥିଲେ। ଘର ଲୋକେ ଅଂଶୁମାନଙ୍କୁ ଓଡ଼ିଶା ଆସିବା ପାଇଁ କହିଥିଲେ । କାରଣ ଘର ଲୋକ ଚାହୁଁଥିଲେ ଓଡ଼ିଶାରେ ଅଂଶୁମାନଙ୍କ ଚଉଠି ହେଉ ଓ ଭୋଜି ଦିଆଯାଉ ।

ବାପା ମାଆଙ୍କର ଏକ ମାତ୍ର ପୁଅ ଅଂଶୁମାନ। ବିବାହରେ ପରିବାରର ଖୁସି କହିଲେ ନ ସରେ । ଅଂଶୁମାନ ଓ ତାଙ୍କ ମାମୁଁ ପୁଅ ଭାଇ ମିଶି ମଣ୍ଡପ ବୁକ୍ କରିବାକୁ ଯାଇ ଫେରିବା ବାଟରେ ଏକ ଅଟୋ ତାଙ୍କୁ ପିଟିଥିଲା । ସେଠାର ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନା ପଠାଇଥିଲେ । ଯେଉଁଠାରେ ଡାକ୍ତର ଅଂଶୁମାନଙ୍କୁ ମୃତ ଘୋଷଣା କରିଥିଲେ ।