ଦେଖନ୍ତୁ ଭିଡିଓ: ଟୁଟୁ ନାୟକଙ୍କୁ ଗିରଫ କରି ଭୁଲ୍ କରିଛନ୍ତି ପୋଲିସ ବୟାନ ଦେଲେ ମନୋଜ ପଣ୍ଡା

 
Tutu nayak

ଘୁଞ୍ଚିଲା ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି । ଆସନ୍ତା ୮ ତାରିଖକୁ ଶୁଣାଣି ଘୁଞ୍ଚିଲା । ଅପ୍‌ଡେଟ୍ କେସ୍ ଡାଏରୀ ଓ ଟୁଟୁଙ୍କ ପୁରୁଣା ରେକର୍ଡ ତଲବ କରିଛନ୍ତି କୋର୍ଟ । ଏହାସହ ପୁରା ମାମଲାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ସମସ୍ତ ତଥ୍ୟ ଆସିଲା ପରେ ଆସନ୍ତା ୮ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ ବୋଲି ଭୁବନେଶ୍ୱର SDJM କୋର୍ଟ ।

Tutu

ଟୁଟୁ ନାୟକଙ୍କ ଗିରଫକୁ ନେଇ ମନୋଜ ପଣ୍ଡା ରଖିଲେ ନିଜ ମତ । କହିଲେ ଯେଉଁ ଭିଡିଓ କ୍ଲିପ୍ ଟି ଭାଇରାଲ୍ ହେଉଛି ସେଥିରେ ଆଦୌ ଜଣା ପଡୁ ନାହିଁ ଯେ ଟୁଟୁ ଭାଇ ସାମ୍ବାଦିକାଙ୍କୁ କୌଣସି ଖରାପ ବ୍ୟବହାର କରିଛନ୍ତି ।

ବିନା ଘଟଣାଟିକୁ ଅନୁଧ୍ୟାନ କରି ପୋଲିସର ଏପରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ଠିକ୍ ନୁହେଁ । ସେ ଓଡ଼ିଶା ଇଣ୍ଡଷ୍ଟ୍ରିରେ ଚାଲିଥିବା ଏପରି ଡ୍ରାମାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓ କହିଛନ୍ତି ଆମେ କଳାକାର ହିସାବରେ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିଛୁ ତାହା କେବଳ ସାମ୍ବାଦିକ ମାନଙ୍କ ପାଇଁ ସମ୍ଭବ ହୋଇଛି ।

ସେ ପ୍ରତି କଳାକାର ମାନଙ୍କୁ ଅନୁରୋଧ କରି କହିଛନ୍ତି ଦୟାକରି ସାମ୍ବାଦିକ ମାନଙ୍କୁ ଅଣଦେଖା କରନ୍ତୁ ନାହିଁ । ଆମର କାମ ଯେପରି ଅଭିନୟ କରିବା ସେମାନଙ୍କର କାମ ସେପରି ଲୋକ ମାନଙ୍କ ପାଖରେ ଖବର ପହଞ୍ଚାଇବା ।

ସୂଚନାଯୋଗ୍ୟ ଯେ ଟିଭି ସାମ୍ବାଦିକାଙ୍କୁ ମାଡ ମାରିଥିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ୍ ଗତ ଶନିବାର ଦିନ ଗିରଫ କରିଥିଲା । ଦଫା ୩୫୪, ୩୪୧, ୩୨୩, ୨୯୪ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । 'ପ୍ରଥା' ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ବାତୀ କମ୍ପ୍ଲେକ୍ସ ଭିତରେ ଘଟିଥିଲା ଘଟଣା।