ଛତିଶଗଡର ମନମାନି: ଖୋଲିଦେଲା କଲମା ବ୍ୟାରେଜର ସବୁ ଗେଟ୍, ଭାସିଯିବ ଓଡ଼ିଶା! ଜାଣନ୍ତୁ ପୂରା ଖବର

 
Chattisgarh

ମୌସୁମୀ ବର୍ଷା ଆରମ୍ଭ ହେଉ ହେଉ ମହାନଦୀର ଉପର ମୁଣ୍ଡରେ ଥିବା କଲମା ଗେଟକୁ ଖୋଲି ଦେଇଛି ଛତିଶଗଡ ସରକାର। ଫଳରେ ହୀରାକୁଦରେ ବର୍ଷାପାଣି ପ୍ରବେଶ କରିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୪ଟି ଗେଟ୍ ଖୋଲିଦେଇଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ, ଜଳସ୍ତର ବଢ଼ିବା ଆଶଙ୍କା କରି କଲମାର ସମସ୍ତ ଗେଟକୁ ଛତିଶଗଡ ଖୋଲି ଦେଇଛି। ଯାହା ଫଳରେ ମହାନଦୀର ତଳମୁଣ୍ଡକୁ ମାଡି ଆସୁଛି ପାଣି। ଆଉ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର।

Kalma gate

ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୫୦ ଫୁଟ୍ ରହିଛି। କଲମା ବ୍ୟାରେଜ ଦେଇ ମହାନଦୀକୁ ପଶୁଛି ୧ ଲକ୍ଷ ୧୮ ହଜାର କ୍ୟୁସେକ ପାଣି। ସେହିଭଳି ୨୯ ହଜାର ୭୭୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରର ମୋଟ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି। ବନ୍ୟା ସ୍ଥିତ ନ ଥିବା ବେଳେ ହୀରାକୁଦ ଜଳଭଣ୍ଡାରର ଜଳ ସ୍ଥର ଧୀରେ ଧୀରେ ବଢ଼ୁଛି।

Water

ପ୍ରତିବର୍ଷ ମୌସୁମୀ ସମୟରେ ଛତିଶଗଡ଼ ମନମାନି କରିଥାଏ। ଅଣ ମୌସୁମୀ ସମୟରେ କଲମା ବ୍ୟାରେଜର ସବୁ ଗେଟ୍‌ ବନ୍ଦ କରିଦିଏ। ମୌସୁମୀ ସମୟରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ କଲମା ବ୍ୟାରେଜ ସବୁ ଗେଟ୍ ଖୋଲି ଦିଏ। କିନ୍ତୁ ଏଥର ଅଣ ମୌସୁମୀ ସମୟରେ କଲମା ବ୍ୟାରେଜ କିଛି ଗେଟ୍‌ ଖୋଲି ଦେଇଥିଲା। ମହାନଦୀ ଟ୍ରିବ୍ୟୁନାଲ ଟିମର ଯାଞ୍ଚ ବେଳେ ଚାଲାକି ଦେଖାଇ କିଛି ଗେଟ୍ ଖୋଲି ଦେଇଥିଲା। ପରବର୍ତ୍ତୀ ସ୍ଥରରେ ତାକୁ ବନ୍ଦ କରିଦେଇଥିଲା।