ହତାଶ୍ ପ୍ରେମିକର ଅଜବ୍ ଜିଦ୍, କହିଲା- ମୋ ସହ ଓୟୋ ଚାଲ୍ ନହେଲେ ମୁଁ ଆତ୍ମହତ୍ୟା କରିଦେବି ଆଉ ତାପରେ.. ଜାଣନ୍ତୁ ପୂରା ଘଟଣା

 
Oyo

"ମୋ ସହ ଓୟୋ ଚାଲ୍ ନହେଲେ, ମୁଁ ବିଷ ପିଇଦେବି"। ଆଜ୍ଞା ଏହା କୌଣସି ଚଳଚିତ୍ରର ସଂଳାପ ନୁହେଁ ବରଂ ଏଭଳି କିଛି ଅଜବ୍ ଜିଦ୍ ଧରି ବିସିଛି ଏକ ହତାସିଆ ପ୍ରେମିକ। ଜଣେ ଯୁବକ ବାରମ୍ବାର ପ୍ରେମ ନିବେଦନ କରିବା ସହ ଆତ୍ମହତ୍ୟାର ଧମକ ଦେଉଥିବାରୁ ଏଥିନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି ଜଣେ ଯୁବତୀ। ତେବେ, ଏପରି ଘଟଣା ସାମ୍ନାକୁ ଆସିବା ପରେ ଏହା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି।

Oyo

ମିଳିଥିବା ସୂଚନା ଅନୁଯାଇ ସମ୍ପୃକ୍ତ ଯୁବକ ଜଣକ ଯାଜପୁର ଅଞ୍ଚଳର ହୋଇଥିବା ବେଳେ ଏହି ଯୁବତୀଙ୍କ ସହିତ ତାଙ୍କର ସୋସିଆଲ ମିଡିଆରେ ଦେଖା ହୋଇଥିଲା। କିଛି ଦିନ କଥା ହେବାପରେ ତାଙ୍କର ଆର୍ଥିକ ଅବସ୍ଥା ଖରାପ ଥିବା କହି ଏକ ଚାକିରୀ ଖୋଜି ଦେବାକୁ ଯୁବତୀଙ୍କୁ ଅନୁରୋଧ କରିଥିଲେ। ଏହାପରେ ଯୁବକଜଣକ ଡେଲ୍‌ଟାସ୍ଥିତ ପାଇକନଗରରେ ଆସି ଭଡ଼ାରେ ରହିଥିଲେ ଏବଂ ଯୁବତୀଜଣକ ତାଙ୍କ ପାଇଁ ନୂଆପଲ୍ଲୀରେ ଏକ ଚାକିରି ଖୋଜି ଦେଇଥିଲେ।

Nayapalli PS

ସାହାଯ୍ୟ ପାଇବା ପରେ ଯୁବକ ଜଣକ ଯୁବତୀଙ୍କ ସହିତ ଘନିଷ୍ଠତା ବଢ଼ାଇଥିଲେ। ତେବେ, ସେ ବାରମ୍ବାର ପ୍ରେମ ନିବେଦନ କରିଥିଲେ ହେଁ ଯୁବତୀ ଏହାକୁ ପ୍ରତ୍ୟାଖାନ କରି ଆସୁଥିଲେ। ଯୁବକଙ୍କ ପ୍ରେମ ପାଗଳାମୀ ଏତେ ମାତ୍ରା ମାତ୍ରାରେ ବଢ଼ି ଯାଇଥିଲା ଯେ ସେ ଯୁବତୀଙ୍କୁ ଓୟୋ ରୁମକୁ ଡାକି ରାତି ବିତାଇବା ପାଇଁ କହିଥିଲେ। ଏଥିରେ ରାଜି ନ ହେଲେ ସେ ଆତ୍ମହତ୍ୟା କରି ତାଙ୍କ ନାମରେ ଦୋଷ ଲଗାଇବେ ବୋଲି ଧମକ ମଧ୍ୟ ଦେଇଥିଲା। ତେବେ, କାଳେ ଯୁବକ ସେପରି କିଛି କରି ବସିବେ ସେଥିପାଇଁ ଯୁବତୀଜଣଙ୍କ ସୋମବାର ଦିନ ଆଗୁଆ ଥାନାର ଦ୍ବାରସ୍ଥ ହୋ‌ଇ ପୁଲିସର ସହାୟତା ଲୋଡ଼ିଛନ୍ତି।