ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଓୟୋ ରୁମ୍‌ରେ ପ୍ରେମିକା ଓଢ଼ଣୀରେ ଝୁଲିପଡିଲେ ପ୍ରେମିକ, ଜାଣନ୍ତୁ ପୂରା ଘଟଣା

 
Oyo

ରାଜଧାନୀରେ ବଢୁଛି ପ୍ରେମଜନିତ ଆତ୍ମହତ୍ୟା ମାମଲା! ବିଗତ ଦିନରେ ଏଭଳି ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିବା ବେଳେ ଏବେ ରାଜଧାନୀ ଭୁବନେଶ୍ବରରେ ଏଭଳି ଆଉ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଓୟୋ ରୁମରେ ପ୍ରେମିକା ଓଢଣୀରେ ଫାଶୀ ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

Oyo

ମିଳିଥିବା ସୂଚନା ଅନୁଯାଇ ମୃତକ ଜଣକ ହେଉଛନ୍ତି ଦୁର୍ଗା ପ୍ରସାଦ ମିଶ୍ର। ଯୁବକଙ୍କ ଘର ନିଆଳି ଜଲାରପୁରରେ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହି ଜଣେ ଠିକାଦାରଙ୍କ ପାଖରେ କାମ କରୁଥିଲେ। ତେବେ, ଗତକାଲି ନିଜର ଜନ୍ମଦିନ ପାଳନ କରିବା ପାଇଁ ସେ ଘରୁ ସାଙ୍ଗମାନଙ୍କ ସହିତ ଭୁବନେଶ୍ୱର ଆସିଥିଲେ। ଜାଗମରା ସ୍ଥିତ ଏକ ଓୟୋ ରୁମରେ ସବୁ ଆୟୋଜନ ହୋଇଥିଲା।

Man

ଦୁଇ ଜଣ ପୁରୁଷ ସାଙ୍ଗଙ୍କ ସହିତ ଦୁର୍ଗା ପ୍ରସାଦଙ୍କର ଜଣେ ବାନ୍ଧବୀ ମଧ୍ୟ ସେଠାକୁ ଆସିଥିଲେ। ତେବେ, ସେଠାରେ ଏଭଳି କଣ ହେଲା ଯେ ଯୁବକ ଜଣକ ଏଭଳି ଚରମ ନିଷ୍ପତ୍ତି ନେଲେ ସେଥିନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହା ପଛରେ ପ୍ରେମ ଜନିତ କାରଣ ରହିଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଫୋନ ଜବତ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଗାଙ୍କ ପରିବାର ତରଫରୁ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।