ଦେଖନ୍ତୁ ଭିଡିଓ: ମୁଁ ଗର୍ଭବତୀ ଥିଲି ବୋଲି ବାପା ଘରକୁ ଚାଲିଗଲି, ହେଲେ ଦେହ ସୁଖ ପାଇଁ ମୋ ସ୍ୱାମୀ କମ ବୟସର ଝିଅ ସହ କଲା

 
Mahila

ନ୍ୟାୟ ପାଇବା ପାଇଁ ଦୁଇ ଛୁଆଙ୍କୁ ଧରି ଧାରଣାକୁ ଓହ୍ଲାଇଛନ୍ତି ମହିଳା। ସ୍ଵାମୀ କିନ୍ତୁ ଏକ ସତର ବର୍ଷୀୟ ନାବାଳିକାକୁ ପୁନଃ ବିବାହ କରି ଜେଲର ଚାରି କାନ୍ଥରେ। ଏପଟେ ଶାଶୁ ଘର ଲୋକ ମଧ୍ୟ ମହିଳାଙ୍କୁ ଆଶ୍ରୟ ଦେବାକୁ ନାରାଜ। ଏ ନେଇ ସଂପୃକ୍ତ ମହିଳା ଜଣକ ନ୍ୟାୟାଳୟର ଦ୍ବାରସ୍ଥ ହେବା ସହିତ ଶାଶୁ ଘର ସାମ୍ନାରେ ଦୁଇ ଛୁଆଙ୍କୁ ଧରି ଧାରଣାରେ ବସି ରହିଛନ୍ତି।

ନିଜ

ସୂଚନା ଅନୁସାରେ ସାନଖେମୁଣ୍ଡି ବ୍ଲକର ଡେଙ୍ଗାଡି ଗାଆଁର ପଦ୍ମିନୀ ସ୍ୱାଇଁ ଆସିକା ବ୍ଲକ କଲୋନୀର ମହେଶ ସ୍ୱାଇଁଙ୍କୁ ୨୦୧୫ ମସିହାରେ ବିବାହ କରିଥିଲେ। ପଦ୍ମିନୀଙ୍କ ଅଭିଯୋଗ ଅନୁସାରେ ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆ ଯାଇଥିଲା। ବିବାହର କିଛି ଦିନ ପରେ ଶାଶୁ ଘର ଲୋକ ଅଧିକ ଯୌତୁକ ଦାବିରେ ପଦ୍ମିନୀଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ। ପଦ୍ମିନୀଙ୍କର ଦୁଇ ପୁତ୍ର ସନ୍ତାନ ମଧ୍ୟ ରହିଛି।  କିଛି ଦିନ ତଳେ ପଦ୍ମିନୀଙ୍କୁ ଶାଶୁ ଘର ଲୋକେ ମାର୍ ପିଟ କରିବାରୁ ଗାଆଁ ଲୋକ ମାନେ ତାଙ୍କୁ ଉଦ୍ଧାର କରି ବାପ ଘରକୁ ପଠାଇ ଦେଇଥିଲେ।

ଏଥି ମଧ୍ୟରେ ସେ ବାପ ଘରେ ରହୁଥିବା ବେଳେ ଖବର ପାଇ ଥିଲେ ଯେ ତାଙ୍କ ସ୍ଵାମୀ ଜଣେ ସତର ବର୍ଷୀୟ ନାବାଳିକାକୁ ବିବାହ କରିଛନ୍ତି। ଏହା ପରେ ସେ ଆସିକା ଥାନାରେ ନିଜ ସ୍ଵାମୀ ନାଁରେ ଅଭିଯୋଗ ଦେଇଥିଲେ। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ନାବାଳିକାକୁ ବିବାହ କରିଥିବା ଅଭିଯୋଗରେ ତାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏବେ ପଦ୍ମିନୀ କେଉଁଠି ରହିବେ, ତାଙ୍କର ଦୁଇଟି ପିଲାପଢୁଥିବା ଭରଣ ପୋଷଣ କିପରି କରିବେ ଏ ନେଇ ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି। ସୂଚନା ଅନୁସାରେ ପଦ୍ମିନୀ ଧାରଣାରେ ବସିଥିବା ବେଳେ ଆନ୍ତର୍ଜାତୀୟ ମାନବ ଅଧିକାରୀ ସଦସ୍ୟ ପାର୍ବତୀ ବେହେରା ତାଙ୍କୁ ଭେଟିଛନ୍ତି।