ଯୁବତୀ ପ୍ରେମ ନିବେଦନ ଗ୍ରହଣ ନ କରିବାରୁ ଓୟୋ ହୋଟେଲ ଛାତରୁ ଡେଇଁ ଜୀବନ ହାରିଲେ ଯୁବକ, ଜାଣନ୍ତୁ ପୁରା ଘଟଣା
Dec 15, 2024, 21:32 IST
ଏକ ତରଫା ପ୍ରେମର କରୁଣ ପରିଣତି । ଯୁବତୀଙ୍କ ପାଇଁ ଜୀବନ ହାରିଲେ ଯୁବକ । ଯୁବତୀଙ୍କ ସହ ପାଟିତୁଣ୍ଡ ପରେ ଓୟୋ ହୋଟେଲ ଛାତରୁ ଡେଇଁ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ।
ସୂଚନା ଅନୁସାରେ, ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଥିବା ଏକ ଓୟୋ ରୁମ ପଛପଟୁ ଜଣେ ଯୁବକଙ୍କୁ ମୃତଦେହ ମିଳିଥିଲା । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା ।
ଖବର ପାଇବା ପରେ ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଏହାସହିତ ସିସିଟିଭି ଫୁଟେଜ ଆଧାରରେ ମଧ୍ୟ ତଦନ୍ତ ଜାରି ରଖିଛି।
ତେବେ ଏକତରଫା ପ୍ରେମରେ ବିଫଳ ହେବା ପରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଦୀପକ ନାୟକ, ତାଙ୍କ ଘର ନୟାଗଡ଼ ରଣପୁରର ବୋଲି ଜଣାପଡିଛି ।