ଧରାହେଲା ରସିକିଆ ଅଟୋବାଲା! ତିନୋଟି ସ୍ତ୍ରୀଙ୍କୁ କରୁଥିଲା ଉପଭୋଗ, ଟଙ୍କା ଲୁଟି ପୁରା କରୁଥିଲା ନବାବୀ ସଉକ୍, ପୂରା ଘଟଣା ଜାଣି ହେବେ ତାଜୁବ୍

 
420 husband

ଧରା ହେଲା ରଙ୍ଗିଲା ଅଟୋବାଲା। ପୁରା ସିନେମା ଷ୍ଟାଇଲରେ ତିନି ତିନୋଟି ସ୍ତ୍ରୀଙ୍କୁ ସମ୍ଭାଳୁଥିବା ଏହି ରସିକ ନାଗର ଏବେ ପୋଲିସ କବ୍ଜାରେ। ଅଭିଯୁକ୍ତ ବ୍ୟକ୍ତିଙ୍କ ନାମ ଆଲୋକ ଜେନା ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଖୋଦ ତାଙ୍କ ପ୍ରଥମ ଏବଂ ଦ୍ଵିତୀୟ ପତ୍ନୀ। ପୋଲିସ ଏଥିନେଇ ଏକ ମାମଲା ରୁଜୁ କରିବା ସହ ଆଲୋକଙ୍କୁ ପଚରା ଉଚରା ଆରମ୍ଭ କରିଛି।

Alok

ମିଳିଥିବା ସୂଚନା ଅନୁଯାଇ ଆଲୋକଙ୍କ ପ୍ରକୃତ ଘର ଖୋର୍ଦ୍ଧା ଅଞ୍ଚଳରେ ଅଟେ। ୨୦୦୬ ମସିହାରେ ସେ ଜଣେ ଯୁବତୀଙ୍କୁ ବୈଦିକ ରୀତିନୀତି ଅନୁଯାଇ ବିବାହ କରିଥିଲେ। କିଛି ବର୍ଷ ପର୍ଯ୍ୟନ୍ତ ସେମାନଙ୍କର ବୈବାହିକ ଜୀବନ ଠିକଠାକ ଚାଲିଥିଲା ଏବଂ ଉଭୟଙ୍କ ଔରଷରୁ ଦୁଇଟି ପୁଅ ମଧ୍ୟ ଅଛନ୍ତି। ତେବେ, କୌଣସି କାରଣରୁ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ଯେଉଁଥିପାଇଁ ଆଲୋକ ସେତେବେଳେ ଘର ଛାଡ଼ି ଭୁବନେଶ୍ୱର ଚାଲି ଆସିଥିଲେ।

Two wives

ଏଠାରେ ସେ ଅଟୋ ଚଳାଇ ପେଟ ପୋଷୁଥିବା ବେଳେ ଆଉ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ଉଭୟ ପକ୍ଷ ପରିବାର ଅନୁମତିରେ ଆଲୋକ ୨୦୧୭ ମସିହାରେ ଦ୍ଵିତୀୟ ବିବାହ କରିଥିଲେ। ଏହି ସମୟରେ ଆଲୋକ ବିବାହିତା ଥିବା ଜଣାଇଥିଲେ ହେଁ ପ୍ରଥମ ସ୍ତ୍ରୀ ଠାରୁ ଛାଡ଼ପତ୍ର ନେଇଥିବା କହିଥିଲେ। ତେବେ, ଦ୍ଵିତୀୟ ବିବାହ କରିବା ପରେ ମଧ୍ୟ ଅଲୋକଙ୍କର ମନ ଭରି ନଥିଲା। ସେ ଆଉ ଜଣେ ଯୁବତୀଙ୍କ ସହିତ ସାଲିଆ ସାହିରେ ରହୁଥିବା ଜାଣି ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀ ଥାନାରେ ଏତଲା ଦେଇଥିଲେ। କେବଳ ଏତିକି ନୁହେଁ ଆଲୋକ ସେମାନଙ୍କ ଠାରୁ ଚଲାକ କରି ବିପୁଳ ପରିମାଣର ଅର୍ଥ ଆତ୍ମସାତ କରିଥିବା ମଧ୍ୟ ଅଭିଯୋଗ ହୋଇଛି।