ଦେଖନ୍ତୁ ଭିଡିଓ: ଓଡ଼ିଶାରେ ଏବେ ମୁହଁ ଖୋଲିଲେ ମଲ! ପାଣ୍ଡିଆନଙ୍କ ବିରୋଧରେ ମୁହଁ ଖୋଲିବାରୁ ମିଶନ ଶକ୍ତି ମହିଳାଙ୍କ ଚାକିରି ଗଲା

 
Pandian

ଓଡ଼ିଶାରେ ଏବେ କହିଲେ ମଲ। ଲାଗୁଛି ଓଡ଼ିଶାରେ ଗଣତନ୍ତ୍ରର ନୁହେଁ ରାଜତନ୍ତ୍ରର ଶାସନ ଚାଲିଛି। ଏଠି ସବୁ କର ମାଫ୍। ହେଲେ ସରକାରଙ୍କ ବିରୋଧରେ ଗଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ। ଏବେ ଲାଗୁଛି ଯେପରି ଓଡ଼ିଶାରେ ବ୍ୟକ୍ତିଗତ ସ୍ଵାଧୀନତା ଗଣମାଧ୍ୟମର ସ୍ବାଧୀନତା ସବୁ କିଛି ସରକାର ନିଜ ନାମରେ କରାଇ ନେଇଛନ୍ତି। ଏଠି ସରକାର ନିର୍ବାଚନ ମାଧ୍ୟମରେ ବନି ନାହାନ୍ତି ତ ଏହା ତାଙ୍କର ପାରିବାରିକ ସମ୍ପତ୍ତି ପରି ଲାଗୁଛି। ଯେତେବଳେ ଯାହା ତାଙ୍କୁ ଠିକ୍ ଲାଗିବ ସେତେବେଳେ ସେ ତାହା କରିବେ।

Bharti singh

ଏ କଥା ଆମେ କହୁନାହୁଁ ଆଜ୍ଞା। ଏହା ନିକଟରେ ଘଟିଥିବା ଏକ ଘଟଣା କହୁଛି। ଜଣେ ଆଦିବାସୀ ମହିଳା ସରକାରଙ୍କ ବିରୋଧରେ କହି ହରାଇଛନ୍ତି ନିଜ ଚାକିରୀ। ଦେଖିବାକୁ ଗଲେ ସେ ସରକାର ବିରୋଧୀ କୌଣସି କଥା କହି ନାହାନ୍ତି। ସେ ଯାହା ଉଚିତ୍ ଓ ନ୍ୟାୟ ସମ୍ମତ ତାହା ହିଁ କହିଛନ୍ତି। ସମସ୍ତଙ୍କ ପାଇଁ କହିଲେ ସିନା ଏବେ କିନ୍ତୁ ମହିଳା ଜଣକ ନିଜେ ଫସିଗଲେ।

ହଁ ସରକାରଙ୍କ ସହ ପଙ୍ଗା ନେଇ ଯେତେବେଳ ନିଜ ଘର ଲୋକ ବାଦ ପଡ଼ି ନାହାନ୍ତି ସେତେବେଳେ ବା ଏ ସାଧାରଣ ମହିଳା କିପରି ବଞ୍ଚିଥାନ୍ତେ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ଭାରତୀ ସିଂହ ଜଣେ ଆଦିବାସୀ ମହିଳା ଅଟନ୍ତି। ଦୀର୍ଘ ଚାରି ବର୍ଷ ହେଲା ବ୍ୟାଙ୍କମିତ୍ର ଭାବେ କାମ କରୁଥିଲେ। ପୁର୍ବରୁ ଦୁଇ ଦୁଇ ଥର ନିଜର ଭଲ କାମ ପାଇଁ ପୁରସ୍କୃତ ମଧ୍ୟ ସେ ହୋଇଛନ୍ତି। ହେଲେ ଆଜି ହଠାତ୍ ପୁରସ୍କୃତ ହୋଇଥିବା ମହିଳା ଜଣକ ଖରାପ୍ ପାଲଟି ଯାଇଛନ୍ତି। ଚାକିରୀରୁ ନିଲମ୍ବିତ ହୋଇ ଏବେ ଘରେ ବସିଛନ୍ତି।

ତାଙ୍କର ଭୁଲ କଣ ଥିଲା ଜାଣନ୍ତି। ସେ ନିଜ ହକ୍ ପାଇଁ ଲଢେଇ କରିବାକୁ ଆସି ସରକାର ଙ୍କ ବିରୋଧରେ ଅପ୍ରିୟ ସତ କଥା କହି ଦେଇଛନ୍ତି। ଯାହା ପରେ ସରକାର ବି ଚୁପ୍ ବସିନାହିଁ। ଲୋକଙ୍କ ଠାରୁ ପାଇଥିବା ପାୱାରକୁ ଲୋକଙ୍କୁ ଦେଖାଇ ଏବେ ଡରାଉଛନ୍ତି ସରକାର। ପାଣ୍ଡୀଆନ ଙ୍କ ବିରୋଧୀ ଭାଷଣର ପରିଣତି ଭୋଗୁଛନ୍ତି ମହିଳା ଜଣକ।

ମହିଳା ଜଣକ ବାସ୍ ଏତିକି କହିଥିଲେ ଯେ ପାଣ୍ଡୀଆନ ସବୁ ସ୍ଥାନ ବୁଲି ଯେଉଁ ଅର୍ଥ ବ୍ୟୟ କରୁଛନ୍ତି ସେହି ଅର୍ଥ ଯଦି ସେ ଗରିବ କଲ୍ୟାଣ ନିମନ୍ତେ ଲଗାନ୍ତେ ତେବେ ପ୍ରକୃତରେ ସମସ୍ତେ ଉପକୃତ ହୁଅନ୍ତେ। ଏ ଯୋଜନା ସେ ଯୋଜନା କହି ଲୋକଙ୍କୁ ନ ଭଣ୍ଡାଇ ଯଦି ସତରେ କିଛି କରିବାର ଅଛି ତେବେ କରିକି ଦେଖନ୍ତୁ। ଏମିତି କହି ହେଲେ କିଛି ହେବ ନାହିଁ। ଏହାକୁ ପୁରା ପୁରି ଦେହକୁ ନେଇ ଯାଇଛନ୍ତି ପାଣ୍ଡୀଆନ। ନହେଲେ କଣ ସେ ଗରିବ ମହିଳା ଟିର ଚାକିରି ନେବାର ଦୁସାହାସ କରିଥାନ୍ତେ।