ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା, ଲୋକେ ହେଇଯାଉଛନ୍ତି ଧନୀ, ଆପଣଙ୍କ ପାଖକୁ ଆସିନି ତ?

 
Tanka

ବ୍ୟାଙ୍କ ଆକାଉଣ୍ଟ କୁ ଆସୁଛି ହଜାର ହଜାର ଟଙ୍କା। କାହା ପାଖକୁ ୧୦ ହଜାର ତ କାହା ପାଖକୁ ୫୦ ହଜାର। ବ୍ୟାଙ୍କ ରେ ଲୋକଙ୍କ ଭିଡ଼ ଅସମ୍ଭବ। ଉଇଡ୍ରାଲ ଫର୍ମ ସରିଗଲାଣୀ ବ୍ୟାଙ୍କରୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ଘଟଣା? କେଉଁଠାରୁ ଆସୁଛି ଟଙ୍କା ଓ କିଏ ପଠାଉଛି ଏବଂ କାହିଁକି ପଠାଉଛି।

ଆଜ୍ଞା ହଁ ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ବାଟିପଡ଼ାରେ। ଏଠାରେ ଥିବା ଓଡ଼ିଶା କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ରେ ଯେଉଁ ଲୋକମାନଙ୍କର ଆକାଉଣ୍ଟ ରହିଛି ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବାର ଲାଗିଛି। ଟଙ୍କା ଜମା ହେବା ପରେ ମେସେଜ ମଧ୍ୟ ଆସୁଛି ମୋବାଇଲ୍ ଫୋନ କୁ। କେଉଁଠୁ ଆସୁଛି ଓ କିଏ ଏ ଟଙ୍କା ଦେଉଛି ଏ ନେଇ  ନା ବ୍ୟାଙ୍କ କର୍ମଚାରୀ ଅବଗତ ଅଛନ୍ତି ନା ନିଜେ ହିତାଧିକାରୀ।

Crvt

ଲୋକେ ଏ ବିଷୟରେ ଜାଣିବା ପାଇଁ ଓ ପଇସା ଉଠାଇବା ପାଇଁ ବ୍ୟାଙ୍କରେ ଲଗାଇଛନ୍ତି ଭିଡ଼। ଡେରି କଲେ କାଳେ ଆକାଉଣ୍ଟ ରୁ ଟଙ୍କା ମନକୁ ପଳେଇବ ଏ ଭୟରେ ଟଙ୍କା ଉଠାଇବା ପାଇଁ ସମସ୍ତେ ବ୍ୟସ୍ତ। ବ୍ୟାଙ୍କ ଅଧିକାରୀ ମଧ୍ୟ ଏ ନେଇ କିଛି ସ୍ପଷ୍ଟ ହୋଇ ପାରୁ ନାହାଁନ୍ତି।

ଏପଟେ ବ୍ୟାଙ୍କରେ ଭିଡ଼ ଅସମ୍ଭବ ହେବାରୁ ବ୍ୟାଙ୍କ କର୍ମଚାରୀ ପୋଲିସର ସହାୟତା ନେଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳି ଥିବା ବେଳେ ଏ ଘଟଣାକୁ ନେଇ କୌଣସି ତଥ୍ୟ ସାମ୍ନାକୁ ଆସି ନାହିଁ ଏ ପର୍ଯ୍ୟନ୍ତ। କିଏ ଦେଇଛି, କେଉଁଠୁ ଆସୁଛି କିଛି ଜଣା ପଡ଼ି ନାହିଁ। ତେବେ ତଦନ୍ତ ଏବେ ମଧ୍ୟ ଜାରି ରହିଛି।Y​