ଇନ୍‌ଷ୍ଟାଗ୍ରାମ୍‌ ଫ୍ରେଣ୍ଡକୁ ବିଶ୍ୱାସ କରି ଫସିଲେ ଯୁବତୀ, ଯାତ୍ରା ଦେଖିବାକୁ ଡାକି ମାଡ଼ି ବସିଲା ଯୁବକ, ଜାଣନ୍ତୁ ପୁରା ଘଟଣା

 
Insta love
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସବୁ କିଛି ସମ୍ଭବ ହେଉଛି । ଇନଷ୍ଟାଗ୍ରାମ , ଫେସବୁକ୍ ଆଦି ପ୍ଲାଟଫର୍ମକୁ ଡେଟିଂ ଆପ୍ ଭଳି ବ୍ୟବହାର କରୁଛନ୍ତି ଯୁବକ ଯୁବତୀ । କିଛି ଦିନର କେବଳ ଚାଟିଂ ରେ ସେମାନଙ୍କ ମଧ୍ୟରେ ଗଢ଼ି ଉଠୁଛି ପ୍ରେମ ସମ୍ପର୍କ । କାହାର ପ୍ରେମ ସଫଳ ହେଉଛି ତ ଆଉ କିଏ ପ୍ରତାରିତ ହେଉଛି ।

ଉଗ୍

ଏପରି ଏକ ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରୁ । ସୂଚନା ଅନୁସାରେ କୋଲାବିରା ଥାନା ଅଂଚଳର ଜଣେ ଯୁବତୀ ସେହି ଥାନା ଅନ୍ତର୍ଭୁକ୍ତ କୁଲିହାମାଲ ପଞ୍ଚାୟତର ସମାସିଂହା ଗାଆଁର ଆନନ୍ଦ କିସାନ ଙ୍କ ସହିତ ଇନଷ୍ଟାଗ୍ରାମରେ କିଛି ଦିନ ତଳେ ବନ୍ଧୁ ହୋଇଥିଲେ । ଇନଷ୍ଟାଗ୍ରାମରେ କିଛି ଦିନ କଥା ବାର୍ତ୍ତା ଚାଲିବା ପରେ ଦୁହେଁ ଦୁହିଁଙ୍କୁ ପର୍ସନାଲ ନମ୍ୱର୍ ମଧ୍ୟ ସେୟାର କରିଥିଲେ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଆନନ୍ଦ ସମସିଂହା ମକର ଯାତ୍ରା ଦେଖିବା ପାଇଁ ଯୁବତୀ ଜଣଙ୍କୁ ଡ଼କାଇଥିଲେ । ଯୁବତୀ ଜଣକ ମଧ୍ୟ ୨୭ ତାରିଖ ଦିନ ସମାସିଂହା ଯାତ୍ରା ଦେଖିବାକୁ ଆସିଥିଲେ । ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ଦୁହେଁ ଦୁହିଁଙ୍କୁ ଦେଖି ନ ଥିଲେ । ସେଠାରେ ଦୁହେଁ ଦୁହିଁଙ୍କୁ ଭେଟିବା ପରେ ଆନନ୍ଦ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ ।

ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଆନନ୍ଦ ଯୁବତୀଙ୍କୁ ଛାତଡି ସେଠାରୁ ଫେରାର ହୋଇ ଯାଇଥିଲେ । ଯୁବତୀ ଜଣଙ୍କ ଏ ନେଇ ଘରେ କିଛି କହି ନ ଥିଲେ ମଧ୍ୟ ମାନସିକ ସ୍ତରରେ ଆଘାତ ପାଇଥିଲେ । ସେ ୨୯ ତାରିଖ ଦିନ ଝାରସୁଗୁଡ଼ାରୁ ସମ୍ବଲପୁର ଯାଇଥିଲେ । ସେଠାରେ ଜଣେ ମହିଳା ତାଙ୍କର ଏପରି ଅବସ୍ଥା ଦେଖି ତାଙ୍କ ପାଖରୁ ସବୁ କଥା ଶୁଣିବା ପରେ ପୋଲିସ କୁ ଖବର ଦେଇଥିଲେ । 

Thana

ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲା । ଏହା ପରେ ପୋଲିସ୍ ଯୁବତୀର ବୟାନ ଶୁଣି ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲା । ପରେ ପୋଲିସ୍ ଅଭିଯୁକ୍ତ ଆନନ୍ଦ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।