ମାହାଙ୍ଗା ନାବାଳିକା ଆତ୍ମହତ୍ୟା ଘଟଣା, ଚକ୍ରାନ୍ତ ପଛରେ ବିଧାୟକ ପ୍ରତାପ ଜେନା କି? ଖୋଲିଲା ବଡ଼ ରହସ୍ୟ

 
Mahanga

​​​​​​ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ଘଟଣା ଏବେବି ସନ୍ଦେହ ଘେରରେ। ଗୋଟିଏ ପରେ ଗୋଟିଏ ଚିତ୍ର ଆଖି ସାମ୍ନାକୁ ଆସୁଥିଲେ ମଧ୍ୟ, କୌଣସିରେ ବି ସ୍ପଷ୍ଟତା ମିଳିପାରୁ ନାହିଁ।  ଅଡିଓ କ୍ଲିପ୍କୁ ଆଧାର କରି ପୋଲିସ୍ ଖେଳ ଶିକ୍ଷକ ଅନୁପମ ରାୟ ଏବଂ ପୂର୍ବତନ ବିଜେଡ଼ି ସରପଞ୍ଚ ଶରତ ନାୟକଙ୍କୁ ଗିରଫ ମଧ୍ୟ କରିଥିଲେ।

ଏପଟେ ଅନୁପମଙ୍କ ମା ନିଜ ପୁଅ ନିର୍ଦ୍ଦୋଷ ବୋଲି ଦାବି କରି କହିଛନ୍ତି ଯେ ପୋଲିସ ସଠିକ୍ ତର୍ଜମା କରୁ, ଛାତ୍ରୀ ଜଣକଙ୍କ ମୃତ୍ୟୁର ପ୍ରକୃତ କାରଣ ବାହାର କରୁ, ନିଜ ପୁଅକୁ ସେ ଛାଡ଼ିଦେବାକୁ ଅନୁରୋଧ କରିଛନ୍ତି। ଝିଅଟି ନିଜସ୍ଵ ଇଚ୍ଛାରେ କରିଥିଲା ଆତ୍ମହତ୍ୟା କି ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିଲା ଏନେଇ ଏବେବି କୌଣସି ସ୍ପଷ୍ଟ ପ୍ରମାଣ ମିଳି ନାହିଁ। ଘଟଣା ଟି ରାଜନୈତିକ ମୋଡ଼ ମଧ୍ୟ ନେଉଛି। କେଉଁଠି ନା କେଉଁଠି ପୋଲିସ ମଧ୍ୟ ଚୁପ୍ ରହିଛି।କାରଣ ଭାଇରାଲ୍ ଅଡିଓ କ୍ଲିପ୍ରେ ଶରତ ନାୟକ ପୋଲିସ୍ ଅଧିକାରୀ sdpo ଙ୍କ ନାମ ନେଇଥିଲେ।ପୋଲିସ ଅଧିକାରୀଙ୍କୁ ଅଣଦେଖା କରିଛି ପ୍ରଶାସନ।

b

ଏପଟେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ମଧ୍ୟ ଆସୁଛି ସାମ୍ନାକୁ। କୁହାଯାଉଛି ପ୍ରତାପ ଜେନା ନିଜ ଦଳୀୟ କର୍ମଚାରୀଙ୍କୁ ବଞ୍ଚାଇବା ପାଇଁ କେସଟିକୁ ଆତ୍ମହତ୍ୟା ମୋଡ଼ ଦେବା ପାଇଁ ଚଲାଇଛନ୍ତି ଚକ୍ରାନ୍ତ। ଏପଟେ କିଛି ବୁଝାପଡୁ ନାହିଁ,ମୃତ୍ୟୁ ଛାତ୍ରୀଙ୍କ ବାପାଙ୍କ ବୟାନ।

ମୃତ ଛାତ୍ରୀଙ୍କ ବାପା ପ୍ରେସ ମିଟିଂରେ ତାଙ୍କ ଝିଅ ମୃତ୍ୟୁର କାରଣ ଦର୍ଶାଇ ଥିଲେ।ତେବେ କାହିଁକି ସେ ଦେଇଥିଲେ ଏଭଳି ବୟାନ । ଯାହା ତାଙ୍କ ନିଜସ୍ଵ ବୟାନ ଥିଲା କି କେହି ତାଙ୍କୁ ବାଧ୍ୟ କରିଥିଲେ ଏପରି ବୟାନ ଦେବାକୁ।ବାପାଙ୍କୁ କାହିଁକି ତର୍ଜମାର ପରିସରଭୁକ୍ତ କରାଯାଇ ନଥିଲା।

Mahanga

ମିଳିଥିବା ଚିଠିକୁ ବି ନଜର ଅନ୍ଦାଜ କରିଛି ପୋଲିସ୍।ଛାତ୍ରୀ ମୃତ୍ୟୁ ସମୟର ଏକ ହାତଲେଖା ଚିଠି ମିଳି ଥିଲା,ଯାହା ଛାତ୍ରୀ ଜଣଙ୍କର ବୋଲି କହିଥିଲା ପୋଲିସ୍। ଚିଠିିଟିରେ ଛାତ୍ରୀ ଜଣକ ଦର୍ଶାଇଥିଲେ ଯେ ତାଙ୍କ ବାପା ତାଙ୍କୁ କଣ ଖାଇବାକୁ ଦେଇ ଦେଇଥିଲେ। ଏହାକୁ ନେଇ କୌଣସି ପ୍ରତିକ୍ରିୟା ରଖି ନଥିଲା ପୋଲିସ୍। ଏବେ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏହା ଆତ୍ମହତ୍ୟା ନା ଷଡ଼ଯନ୍ତ୍ର ଜନିତ ହତ୍ୟା। କାହାର ରହିଛି ହାତ। ପୋଲିସ ମଧ୍ୟ ଏତେ ନୀରବ କାହିଁକି? ଏପଟେ ରାଜନୈତିକ ଲୋକଙ୍କର ସାମିଲର କାରଣକଣ ରହିଛି। କଣ କେବଳ ଟଙ୍କାର ଲୋଭ ନା ଅନ୍ୟ କି ସ୍ବାର୍ଥ ରହିଛି ସେମାନଙ୍କର। ଏପଟେ ବାପା ମଧ୍ୟ କାହିଁକି କହିଲେ ମିଛ