ଦେଖନ୍ତୁ ଭିଡିଓ: ପୂଜାରୀଙ୍କ ଆଖି ଆଗରେ ମନ୍ଦିର ଭିତରେ ମହାନଦୀ ପାଣି ପଶି ଆସିଲା, ଦେଖୁ ଦେଖୁ ସବୁ ବୁଡିଗଲା

 
Mandira

ମନ୍ଦିରରେ ନନା ପୂଜା କରୁଥିବା ସମୟରେ ହଠାତ ମହାନଦୀର ପାଣି ପଶି ଆସିଥିଲା | ହଠାତ୍ ପାଣି ମାଡି ଆସିବାରୁ ସେଠାକାର ଲୋକେ ମଧ୍ୟ ବହୁତ ଭୟଭୀତ ହୋଇଯାଇଥିଲେ | ମନ୍ଦିରକୁ ଏତେ ପାଣି କେଉଁଆଡ଼ୁ ଆସିଲା ଭାବି ମନ୍ଦିରରେ ପୂଜା କରୁଥିବା ନନା ବହୁତ ଭୟଭୀତ ହୋଇଯାଇଥିଲେ କାହିଁକି ନା ୟା ପୂର୍ବରୁ ଏଭଳି ଘଟଣା କେବେ ଘଟିନଥିଲା |

ମନ୍ଦିରକୁ ବହୁ ମାତ୍ରା ରେ ପାଣି ଆସିବାର ଦେଖି ମନ୍ଦିରକୁ ପୂଜା କରିବାକୁ ଆସିଥିବା ଲୋକେ ଭୟରେ ଦୌଡ଼ି ପଳାଇଥିଲେ | ପୂର୍ବରୁ ମାଳିକା ରେ  ଉଲ୍ଲେଖ ରହିଛି ମହାନଦୀ ର ମାଡି ଆସିବ ଏବଂ ସବୁଆଡେ ଜଳ ମଗ୍ନ ହେବ ଏହି କଥା ଏବେ ସତ ହେବାକୁ ଲାଗିଛି | ହୀରାକୁଦ ଗେଟ୍ ଖୋଲିବା ପରେ ମହାନଦୀର ପ୍ରଥମ ବନ୍ୟା ଜଳ ମାଡିଆସିଥିଲା |

Mahanadi

ମହାନଦୀର ପ୍ରଥମ ବନ୍ୟା ଜଳ ମାଡିଆସିବା ପରେ ପାଣିର ସୁଅ ଏତେ ମାତ୍ରାରେ ବଢିଯାଇଥିଲା ସାରା ଅଂଚଳ ପ୍ରଵାଭିତ ହେବା ସହ ତଳିଆ ଅଂଚଳ ପୁରା ପୁରି ଭାବରେ ଜଳ ମଗ୍ନ ହୋଇଯାଇଥିଲା | କଟକ ସହରର ବଡମ୍ବାରେ ଥିବା ଭଟାରିକା ମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି | ଏଭଳି ଜଳସ୍ତର ବଢି଼ବାର ଦେଖି ସ୍ଥାନୀୟ ଲୋକେ ବହୁତ ଭୟଭୀତ ହୋଇଯାଇଥିଲେ ମନ୍ଦିର ଟି ଧୀରେ ଧୀରେ ବୁଡ଼ିଯିବ ବୋଲି ଭାବିଥିଲେ କାରଣ ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି ଜଳ |

ଏଭଳି ବନ୍ୟା ଜଳ ମାଡି ଆସିବାର ଦେଖି ସ୍ଥାନୀୟ ଲୋକଙ୍କ ମନରେ ଏବେ ପ୍ରଶ୍ନ ଉଙ୍କି ମାରୁଛି ସତରେ କଣ ମନ୍ଦିର ବୁଡ଼ିଯିବ | ହୀରାକୁଦ ଗେଟର କତୃପକ୍ଷ ଗେଟ ଖୋଲିବା ଆଗରୁ ସମସ୍ତ କଟକ ବାସୀଙ୍କୁ ପ୍ରଥମ ବନ୍ୟାଜଳ ଛାଡିବା ନେଇ ସୂଚନା ଦେଇଥିଲେ | ସମସ୍ତେ ସଜାଗ ରହିଥିଲେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି କଳ୍ପନା  କରିନଥିଲେ |

ଏଭଳି ଯଦି ଲଗାଣ ବର୍ଷା ଲାଗିରହେ ତେବେ ମହାନଦୀର ପାଣି ଏବଂ ଲଗାଣ ବର୍ଷା ପାଣି ସବୁ ମିଶିଲେ କାଳେ ମନ୍ଦିରଟି ବୁଡ଼ିଯିବ କି ଏ କଥା ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି | ବର୍ତମାନ ସରକାରଙ୍କ ତରଫରୁ କିଛି ସହଯୋଗ ମିଳିବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି |