୨୪ରେ ବାତ୍ୟା ରୂପ ନେଇପାରେ ଲଘୁଚାପ, ବଙ୍ଗୋପସାଗରରେ ଅବପାତର ରୂପ ନେବ, ଜାଣନ୍ତୁ ଜିଲ୍ଲାକୁ ଅଧିକ ବିପଦ

 
Batya

ଏଥର ବର୍ଷାରେ ଭିଜିପାରେ ଦଶହରା। ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୨ ତାରିଖରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଅନୁମାନ କରାଯାଉଛି ଯେ ସମୟ କ୍ରମେ ଏହା ଅଧିକ ଘନୀଭୂତ ହୋଇପାରେ। ଅକ୍ଟୋବର ୨୩ ତାରିଖ ବେଳକୁ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବ। 

ସି

ପ୍ରାୟ ୨୩ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବୋଲି କେତେକ ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି । କିଛି ସ୍ଥାନରେ ଏହି ବର୍ଷାର ପରିମାଣ ମଧ୍ୟମ ଧରଣର ରହିଥିବା ବେଳେ ସ୍ଥାନେ ସ୍ଥାନେ ଏହା ଖୁବ୍ ବର୍ଷିପାରେ ବୋଲି ଅନୁମାନ କରାଯାଇଛି। ଲଘୁଚାପଟି ୨୨ ତାରିଖ ବେଳକୁ ଆନ୍ଧ୍ର ଉପକୂଳକୁ ମୁହାଇଁବ ଏବଂ ୨୩ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି।

ସମ୍ଭାବିୟ ବାତ୍ୟାଟି  ୨୬ ତାରିଖ ରାତ୍ରି କିମ୍ବା ୨୭ ତାରିଖ ସକାଳେ ପଶ୍ଚିମ ବଙ୍ଗର ସୁନ୍ଦରବନ କିମ୍ବା ବାଂଲାଦେଶରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରା ଯାଉଛି। ସମୁଦ୍ରରେ ଥିବା ବେଳେ ଏହାର ବେଗ ଘଣ୍ଟା ପ୍ରତି ପ୍ରାୟ ୧୦୦ ରୁ ୧୨୦ କିମି ରହିବ। ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରାୟ ୬୦ ରୁ ୭୦ କିମି ପବନ ବହିବାର ଅନୁମାନ କରାଯାଉଛି।

ବିଶେଷ କରି ଗଜପତି, ଗଞ୍ଜାମ, ପୁରୀ ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବ । ଅନ୍ୟ ଉପକୂଳ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଓ ରାୟଗଡ଼ା ଆଦି ଜିଲ୍ଲାରେ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି। ବାକି ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବାର ଅନୁମାନ ରହିଛି।