​​​​​“ମୋ ପ୍ରେମ ତତେ ଭଲ ଲାଗିଲାନି.. ତତେ ଆଉ କାହା ସହ ଦେଖି ପାରିବିନି” ତ୍ରିକୋଣିଆ ପ୍ରେମ ନେଲା ଜୀବନ, ଜାଣନ୍ତୁ ପୁରା ଘଟଣା

 
Prema
ତ୍ରିକୋଣିଆ ପ୍ରେମ ନେଲା ଜୀବନ । ନିଜ ପ୍ରେମିକା ଆଉ କାହା ସହ କଥା ହେବା ସହି ପାରିଲେନି ଯୁବକ । ଦୁନିଆ ଭଲ ଭାବରେ ଦେଖିବା ପୂର୍ବରୁ ହିଁ ମାତ୍ର ୨୨ ବର୍ଷ ବୟସରେ ହାରିଲେ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସଦରମହକୁମା ଅନ୍ତର୍ଗତ ମାଳିଗୁଡ଼ା ଗାଆଁରେ ।

ମାଳିଗୁଡ଼ା ଗାଆଁର ବାସିନ୍ଦା ଧନ ଗଉଡଙ୍କ ଏକ ମାତ୍ର ପୁଅ ତ୍ରିନାଥ ଗୌଡ ପ୍ରେମ ପାଇଁ ହାରି ଦେଇଛି ନିଜ ଜୀବନ । ଏହି ଘଟଣା ପାଇଁ ଶୋକାକୁଳ ସାରା ପରିବେଶ । ପରିବାର ଲୋକେ ଝୁରୁଛନ୍ତି ସାଙ୍ଗ ସାଥୀ ବି ଝୂରୁଛନ୍ତି । ସମସ୍ତେ ଯେପରି ପ୍ରଶ୍ନ କରୁଛନ୍ତି କାହିଁକି ଏପରି ଭୁଲ୍ କଲୁ । ତୁ ପୁଣି ଆମ ପାଖକୁ ଫେରି ଆ । 

Jubaka

ସୂଚନା ଅନୁସାରେ ଦୀର୍ଘ ୪ ବର୍ଷ ଧରି ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ ତ୍ରିନାଥ ତାଙ୍କୁ ବିବାହ କରିବା ପାଇଁ ଘରେ ମଧ୍ୟ କହିଥିଲେ । ବେଶ୍ ହସ ଖୁସିରେ କଟୁଥିଲା ସମୟ । ହେଲେ କିଛି ମାସ ପୂର୍ବରୁ ସେହି ଯୁବତୀ ଜଣଙ୍କ ଆଉ ଏକ ଯୁବତୀଙ୍କ ସହିତ କଥା ବାର୍ତ୍ତା କରିବା ଆରମ୍ଭ କରିଥିଲେ ।

ଯାହାକୁ ସହଜରେ ଗ୍ରହଣ କରି ପାରି ନ ଥିଲେ ତ୍ରିନାଥ । ଶେଷରେ ଏକ ଚିଠି ଲେଖି ଅଧ ରାତ୍ରିରେ ନିଜର ଜୀବନ ହାରି ଦେଇଛନ୍ତି ତ୍ରିନାଥ ।