ଫ୍ରେଣ୍ଡସିପ୍ ନାରେ ବାଧ୍ୟ କରି ସେକ୍ସ କଲେ ଡାକ୍ତର, ବାହା ହେବ କହି ଆସିଲାନି ବର, ପୁଅ ଘର ଆଗରେ ଧାରଣାରେ କନ୍ୟା, ଦେଖନ୍ତୁ ଭିଡ଼ିଓ

 
Kanya

ବଧୂ ବେସ ହୋଇ ବାଜା ବଜାଇ ଶ୍ୱଶୁର ଘର ଆଗରେ ପହଞ୍ଚିଲେ ଯୁବତୀ କିନ୍ତୁ, ବାହା ହେବା ପାଇଁ ନୁହେଁ ବରଂ ଧାରଣା ଦେବା ପାଇଁ। କଥା ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ହେଁ ବ୍ରହ୍ମପୁର ସହରର ନୂଆବସଷ୍ଟାଣ୍ଡ ନିକଟ ବ୍ରହ୍ମାନଗର ଠାରେ ଦେଖିବାକୁ ମିଳିଥିଲା। ପ୍ରଥମେ ପ୍ରେମ ଏବଂ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଇଥିବାରୁ ପ୍ରେମିକ ଡାକ୍ତରଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଡ଼ିମ୍ପଲ ନାମକ ଏହି ଯୁବତୀ।

Dhoka

ଡ଼ିମ୍ପଲଙ୍କ କହିବା ଅନୁଯାଇ ଅଭିଯୁକ୍ତ ଡାକ୍ତର ଜଣକ ସେମିନାର ବାହାନାରେ ଡାକି ତାଙ୍କ ସହିତ ବନ୍ଧୁତ୍ୱ ବଢାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି କୋର୍ଟ ମ୍ୟାରେଜ୍ ମଧ୍ୟ କରିଥିଲେ। କିନ୍ତୁ, ପରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରି ଘରକୁ ନେଇଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗତକାଲି ବିବାହ ପାଇଁ ତାରିଖ ଦେଇଥିଲେ ହେଁ ସେପରି କିଛି ଆୟୋଜନ କରିନଥିଲେ। ଫଳରେ ଡ଼ିମ୍ପଲ ବୋହୂ ବେଶରେ ସଜାଇ ହୋଇ ଏକ ଅଭିନବ ଉପାୟରେ ଏହାର ପ୍ରତିବାଦ କରିଛନ୍ତି। ଦେଖନ୍ତୁ ଭିଡ଼ିଓ:-

ସୋମବାର ବ୍ରହ୍ମପୁର ସହରର ନୂଆବସଷ୍ଟାଣ୍ଡ ନିକଟ ବ୍ରହ୍ମାନଗର ଠାରେ ଥିବା ତାଙ୍କ ପ୍ରେମିକ ଘରକୁ ଡ଼ିମ୍ପଲ ଆସିଥିଲେ। କିନ୍ତୁ, ଡାକ୍ତରଙ୍କ ପରିବାର ଲୋକେ ତାଙ୍କୁ ଗ୍ରହଣ କରିବାକୁ ମନା କରିବାରୁ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୀଡ଼ିତା ଜଣକ ଚାରି ମାସ ତଳେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ ଏହାର ଶୁଣାଣି ବର୍ତ୍ତମାନ କୋର୍ଟରେ ବିଚାରଧୀନ ଥିବାରୁ ବ୍ରହ୍ମପୁର ମହିଳା ଥାନା ପୋଲିସ ଓ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବତୀ ଜଣଙ୍କୁ ବୁଝା ସୁଝା କରିବାକୁ ଚେଷ୍ଟା କରିଥିଲେ।