ଦେଖନ୍ତୁ ଭିଡିଓ: ପ୍ରଭୁ ଜଗନ୍ନାଥଙ୍କୁ ଷ୍ଟେଜରେ ରଖି କାର୍ଯ୍ୟକ୍ରମ ଆରମ୍ଭ କଲେ କାମ ସରିଲା ପରେ ଫୋପାଡି ଦେଲେ

 
Jagannath

କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଙ୍କୁ ଅପମାନିତ କଲେ। କାର୍ଯ୍ୟ ସମାପ୍ତି ପରେ ଦାଣ୍ଡରେ ମହାପ୍ରଭୁଙ୍କୁ ପିଙ୍ଗିଦେବାର ଦୁଃସାହସ କଲେ। ଭଦ୍ରାୟଣୀ ମହୋତ୍ସବ ସରିବା ପରେ ତିନି ଦିନ ଖରା, ଶୀତ କାକରରେ ଶ୍ରୀଜଗନ୍ନାଥଙ୍କୁ ପକାଇରଖିଲେ। ଏ ଦୃଶ୍ୟ ସମ୍ନାକୁ ଆସିବା ପରେ ରାଜ୍ୟସାରା ସମାଲୋଚନା, ବିରୋଧ ଜାରି ରହିଛି।

Jagannath

ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୩ ଦିନ ଧରି ପଡ଼ିଆ ମଝିରେ ବସିଛନ୍ତି। ଆଉ ପବନ ଦେଲେ ଝୁଲୁଛନ୍ତି। ଭଦ୍ରକ ନେହରୁ ଷ୍ଟାଡିୟମରେ ଏପରି ଭାବେ ମହାପ୍ରଭୁଙ୍କ ଅପମାନିତ କରାଯାଇଛି। ହେଲେ ଇଏ କଣ? ଜଗତର ନିଅନ୍ତା, ପ୍ରତିଟି ଓଡ଼ିଆର ଅତି ପ୍ରିୟର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ବସିଛନ୍ତି ପଡ଼ିଆ ମଝିରେ ଓ ଖୋଲା ଆକାଶ ତଳେ।

ଉତ୍ସବ ଶେଷ ହେଲା। ମାତ୍ର ଉତ୍ସବର ଆୟୋଜକମାନେ ଟେଣ୍ଟ ଉଠାଇ ଚାଲିଗଲା ବେଳେ ଯେଉଁ ଠାକୁରଙ୍କର ମୂର୍ତ୍ତିକୁ ମଣ୍ଡପରେ ରଖି ପୂଜା କରିଥିଲେ। ସେହି ଜଗନ୍ନାଥଙ୍କର ମୂର୍ତ୍ତିକୁ ଭଦ୍ରକର ନେହେରୁ ଷ୍ଟାଡିୟମର ପଡ଼ିଆ ମଝିରେ ଛାଡି ଦେଇ ଚାଲିଗଲେ। ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଏଇ ଉତ୍ସବ ଆରମ୍ଭ ବେଳେ କିଏ ଆଣିଥିଲେ। ସବୁ ଜିନିଷ ଯିବା ବେଳେ ଆୟେଜକମାନେ କ'ଣ ଠାକୁରଙ୍କୁ ନିଜ ପୂଜା ସ୍ଥାନକୁ ନେବା ପାଇଁ ଭୁଲି ଗଲେ।

ଆମ ଆରାଧ୍ୟ ଦେବତାଙ୍କୁ ଏଭଳି ପଡ଼ିଆ ମଝିରେ ଛାଡ଼ି ଚାଲିଯିବା ଘଟଣାକୁ ନେଇ ଭଦ୍ରକର ବୁଦ୍ଧିଜୀବୀ, ସାଧାରଣ ଜନତା, ଏପରିକି ଆଧ୍ୟାତ୍ମିକବାଦୀ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଗନ୍ନାଥଙ୍କୁ ଏଭଳି ଅବମାନନା କରିବା ଘଟଣାକୁ ନେଇ ସାରା ଜିଲ୍ଲାରେ ପ୍ରତିବାଦର ସ୍ବର ଉଠିଛି। ସବୁଠି ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଗନ୍ନାଥଙ୍କର ଏଇ ମୂର୍ତ୍ତି ଫଟୋ ଆଜି ସାମାଜିକ ଗଣମାଧ୍ୟମରେ ଦିନ ତମାମ ଭାଇରାଲ ହେଉଛି। ଏଇ ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଇ ଘଟଣା ସଂପର୍କରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର ନିଜର ପ୍ରତିକ୍ରିୟା କିଛି ରଖି ନାହାନ୍ତି।

ତେବେ ଭଦ୍ରକର ନେହେରୁ ଷ୍ଟାଡିୟମରେ ଜାନୁଆରି ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଓରମାସ୍ ଓ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଲୋକପର୍ବ ଭଦ୍ରାୟଣୀ ଲୋକ ମହୋତ୍ସବ ପାଇଁ ଆସିଥିବା ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ମହୋତ୍ସବ ଶେଷ ହେବାପରେ ଅଳିଆ ଗଦାରେ ପଡିଥିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିଭିନ୍ନ ବୁଦ୍ଧିଜୀବି, ଭକ୍ତ ଓ ଭଦ୍ରକ ବାସୀଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଭଦ୍ରାୟଣୀ ମହୋତ୍ସବ କରି ପ୍ରଶାସନ ଯେଉଁ ବାଃ ବାଃ ନେଇଥିଲା ଏବେ ମହାପ୍ରଭୁଙ୍କୁ ହତାଦର କରି ସେତିକି ନିନ୍ଦିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଭବ୍ୟ ମହୋତ୍ସବ ପରେ କିଭଳି ପ୍ରଭୁଙ୍କୁ ହତାଦର କରାଗଲା ସେନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।