ଗର୍ବ ଭାଙ୍ଗିଲେ ପ୍ରଭୁ ଜଗନ୍ନାଥ, ବିରୋଧୀଙ୍କୁ ଶକ୍ତ ଚାପୁଡ଼ା, ଜାନୁଆରୀ ୧୭ ରେ ଉଦଘାଟନ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

 
pandian puri

ଜାନୁଆରୀ ୧୭ରେ ହେବ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା । ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ ଦିନ ଧରି ପୂଜାର୍ଚ୍ଚନା କରାଯିବ । ଏନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସକାଳୁ ଶ୍ରୀ ଜଗନ୍ନାଥ ବଲ୍ଲଭ ପାର୍କିଂ ନିର୍ମାଣ, ଶ୍ରୀସେତୁ ନିର୍ମାଣ ଆଦି କାର୍ଯ୍ୟ ବୁଲି ଦେଖି ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜା ।

ଏହି ସୂଚନା ପରେ ବିରୋଧୀଙ୍କ ଉଡି ଯାଇଛି ହୋସ । କିଏ ଆଣ୍ଠେଇ ମାଇଲେଜ ନେଉଥିଲା, ତ ଆଉକିଏ ଦିଲ୍ଲୀ ଯାଇ ଦଳାଲି କରୁଥିଲା । କିନ୍ତୁ ମାୟାବୀ ଙ୍କ ମାୟା କୁ ନିଜେ ଜଗତ ର ନାଥ ଶକ୍ତ ଚାପୁଡ଼ା ପକାଇଛନ୍ତି। 

ସେପଟେ ନବୀନ ପଟ୍ଟନାୟକ ଙ୍କ ଭକ୍ତି ଭାବନାର ଏହା ସର୍ବଶ୍ରେଷ୍ଠ ଭକ୍ତି ଭାବନାର ଉଦାହରଣ ହେବ । କାରଣ ବାରମ୍ବାର ତାଙ୍କ ଇସାରାରେ ୫ ଟି ଅଧ୍ୟକ୍ଷ ପୁରୀ ଗସ୍ତ କରିଛନ୍ତି।  କାମର ଟିକିନିଖି ହିସାବ ନେଇଛନ୍ତି। ଶହ ଶହ ବର୍ଷ ଧରି ଯେଉଁ କାମ ହେଉନଥିଲା ତାହା ମହାପ୍ରଭୁଙ୍କ ଇଛା ରେ ସମ୍ଭବ ହେଉଛି। ସାଢେ ୪ କୋଟି ଓଡ଼ିଆ , ଜଗନ୍ନାଥ ପ୍ରେମୀ ଙ୍କ ପାଇଁ ଆସନ୍ତା ଜାନୁୟାରୀ ୧୭ ଐତିହାସିକ ହୋଇ ରହିବ। 

puri pandian

ଆଜି ନିଜେ ଗଜପତି ଶ୍ରୀସେତୁ, ଜଗନ୍ନାଥ ବଲ୍ଳଭ ପାର୍କିଂ କାର୍ଯ୍ୟ ବୁଲ ଅନୁଧ୍ୟାନ କରିଥିଲେ। ନିର୍ମାଣ କାର୍ଯ୍ୟ ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜ । ଡିସେମ୍ବର ସୁଦ୍ଧା ସରିବ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ, ତୀର୍ଥଯାତ୍ରୀ କେନ୍ଦ୍ରର କାମ । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ବଡ଼ଦାଣ୍ଡର ସମ୍ପ୍ରସାରଣ ହେବ । 

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଗତ ଶନିବାର ବଡିଭୋରରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ନୂଆବର୍ଷରେ ଭକ୍ତ ମାନଙ୍କୁ ନୂଆ ଅନୁଭବ ଦେବ ବୋଲି ସେ ମତ ବ୍ୟକ୍ତ କରିଥିଲେ।

ତେବେ ପରିକ୍ରମା ପ୍ରକଳ୍ପ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ତଥା ଗଛ ଲତା ଲଗାଇବାକୁ ପରାମର୍ଶ ଦେଇଥିଲେ। ପୁରୀ ଗସ୍ତ ଅବସରରେ ଶ୍ରୀମନ୍ଦିରର ଚାରି ଦ୍ଵାର କାମ ମଧ୍ୟ ବୁଲି ଦେଖିଥିଲେ ୫ଟି ଅଧ୍ୟକ୍ଷ। ନିର୍ଦ୍ଧାରିତ ସମୟରେ କାମ ଶେଷ  କରିବାକୁ ନିର୍ଦେଶ ଦେଇଥିଲେ।