ଦେଖନ୍ତୁ ଭିଡିଓ: ମାଂସ କଟା କାଠରେ ଦେଖା ଦେଲେ ପ୍ରଭୁ ଜଗନ୍ନାଥ! ମାଂସ କଟାଳି ସବୁ ଦିନ ପାଇଁ ଛାଡ଼ିଲେ ମାଂସ କଟା

 
Jagannath

ଜଗନ୍ନାଥଙ୍କୁ ନେଇ ଦେଖିବାକୁ ମିଳିଛି ଅଲୌକିକ ଘଟଣା । ଘଟଣା ଦେଖିବା ପରେ ମାଂସ କଟାଳି ବି ଛାଡ଼ି ଦେଇଛନ୍ତି ମାଂସ କଟା । ଏପରି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ତୁରୁମୁଙ୍ଗା ବଜାରରେ ।

ଏହି ଘଟଣାଟି ଏବେ ସମଗ୍ର କେନ୍ଦୁଝର ବାସୀଙ୍କୁ ଭାବ ବିହ୍ୱଳ କରାଇ ଦେଇଛି । ଏହି ଘଟଣାଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋକେ ଆଉ ନିଜକୁ ଅଟକାଇ ରଖି ପାରି ନାହାଁନ୍ତି । ଧାଇଁ ଯାଇଛନ୍ତି ଜଗାର ଦର୍ଶନରେ ।

Jagannath

କେନ୍ଦୁଝର ତୁରୂମୁଙ୍ଗା ବଜାରରେ ଏକ ମାଂସ ଦୋକାନ କରିଥିଲେ ଗୌତମ ଦେହୁରୀ । ଗୌତମ ବହୁ ଦିନ ଧରି ମାଂସ କାଟିବା ପାଇଁ ବ୍ୟବହାର କରୁଥିବା କାଠ ଗଣ୍ଡିଟି ଖାଲୁଆ ହୋଇ ଯାଇଥିଲା । ଯେଉଁଥି ପାଇଁ ଗୌତମ ଏହାକୁ ସମତଳ କରିବା ପାଇଁ ଏକ କରତରେ କାଟି ଥିଲେ । ସେ କାଠ ଗଣ୍ଡିଟିକୁ କାଟିବା ପରେ ଦେଖିବାକୁ ପାଇଥିଲେ କିଛି ଏମିତି ଦୃଶ୍ୟ ।

ଯାହା ଏବେ ସାରା ଅଞ୍ଚଳରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି । ଗୌତମ ଗଣ୍ଡିଟିକୁ କାଟିବା ପରେ ସେଥିରେ ସେ ମହାପ୍ରଭୁଙ୍କ ପ୍ରତିଛବି ଦେଖିବାକୁ ପାଇଥିଲେ । ଯାହା ଦେଖିବା ପରେ ସେ ଭାବ ବିହ୍ବଳ ହୋଇ ଉଠିଥିଲେ । ଏବଂ ମାଂସ କଟା ଛାଡ଼ି ସେ ଏହି ଗଣ୍ଡି ଟିର ପୂଜା କରିଥିଲେ । 

ମହାପ୍ରଭୁଙ୍କର ପ୍ରତିଛବି କାଠ ଗଣ୍ଡିରେ ଦେଖିବା ପରେ ସେ ଏହାକୁ ନିଜ ଘରକୁ ନେଇ ଯାଇଥିଲେ । ସେ ଏହି ଗଣ୍ଡୀ ଟିକୁ ଏବେ ନିତି ଦିନ ପୂଜା ଅର୍ଚ୍ଚନା କରୁଛନ୍ତି। ମାଂସ କଟା ଛାଡ଼ି ଦେଇ ଏବେ ଭଗବାନଙ୍କ ଶରଣରେ ସେ ।