ଭୟଙ୍କର ଦୁର୍ଘଟଣା ସତ୍ତ୍ୱେ ବର୍ତ୍ତି ଯାଇଛନ୍ତି କରମଣ୍ଡଳ ଏକ୍ସପ୍ରେସର ଲୋକୋ-ପାଇଲଟ୍! ଦୁର୍ଘଟଣାର ପ୍ରକୃତ କାରଣ ବିଷୟରେ କହିଲେ ଏମିତି

 
Loco pilot

ବାଲେଶ୍ୱର ବାହାନଗା ଠାରେ ଘଟିଯାଇଥିବା ରେଳ ଦୁର୍ଘଟଣା ଭାରତ ରେଳ ଇତିହାସର ତୃତୀୟ ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି କୁହାଯାଉଛି। ସରକାରୀ ସ୍ତରର ଏହି ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା କୁହାଯାଉଥିବା ବେଳେ ପ୍ରକୃତରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଦେଖଣାହାରୀମାନେ କହିଛନ୍ତି। ତେବେ, ଦୁର୍ଘଟଣାର ସବୁଠାରୁ ବଡ଼ ସାକ୍ଷୀ ହେଉଛନ୍ତି କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଗୁଣନିଧି ମହାନ୍ତି।

Loco pilot

ଯେତବେଳେ କରମଣ୍ଡଳ ଏକ୍ସପ୍ରେସ୍ ଏକ ମାଲବାହୀ ଟ୍ରେନ ସହିତ ଧକ୍କା ହୋଇଥିଲା। ସେତବେଳେ ନିଜର ମୃତ୍ୟୁକୁ ଅତି ନିକଟରୁ ଦେଖିଥିବେ ଗୁଣନିଧି। ଏତେ ବଡ଼ ଦୁର୍ଘଟଣା ସତ୍ତ୍ୱେ ଭାଗ୍ୟବଶତଃ ଗୁଣନିଧିଙ୍କ ଜୀବନ ବର୍ତ୍ତି ଯାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ସାହସୀ ଯୁବକ ରୋନାଲ୍ଡ଼ ଦାସ ନିଜ

ସାଙ୍ଗମାନଙ୍କ ସହିତ ଗୁଣନିଧି ଓ ସହକାରୀ ଲୋକୋ ପାଇଲଟଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଗୁଣନିଧିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜାଣିବାକୁ ମିଳିଛି। ଘଟଣା ଦିନ ବାହାନଗା ଷ୍ଟେସନ ଆଡକୁ ୧୨୮ କିମି ସ୍ପୀଡ଼ରେ ଆସିଥିଲା କରମଣ୍ଡଳ ଏକ୍ସପ୍ରେସ୍। ଷ୍ଟେସନ ପାଖ ଲୁପ୍ ଲାଇନକୁ ଯିବା ପାଇଁ ଗ୍ରୀନ ସିଗ୍ନାଲ ମଧ୍ୟ ରହିଥିଲା। ଟ୍ରେନ ଲୁପ୍ ଲାଇନରେ ପଶିବା ପରେ ପୁଣିଥରେ ସିଗ୍ନାଲକୁ ବଦଳାଇ ଦିଆ ଯାଇଥିଲା। ହୁଏତ ଏହାହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ, ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗୁଣନିଧି ହିଁ ଏହି ଦୁର୍ଘଟଣାର କାରଣ ବିଷୟରେ ସଠିକ୍ ଖୁଲାସା କରିପାରିବେ।