ଓଡ଼ିଶାରେ ପୁଣି ୧୬ ଦିନ ବଢିଲା ଲକଡାଉନ୍, କୋହଳ ହେଲା ଏହି କିଛି ନିୟମ, ଜାଣନ୍ତୁ କଣ ଖୋଲା କଣ ବନ୍ଦ

 
Lockdown

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଏବଂ ଏହାର ଭୟାଭୟତାକୁ ଦୃଷ୍ଟିରେ ରଖି ପୁଣି ଲକଡ଼ାଉନ୍ ଅବଧି ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଜୁନ୍ ମାସ ପାଇଁ ଲାଗୁ ହେବାକୁ ଥିବା ଗାଇଡ଼ଲାଇନ୍ ଅନୁଯାଇ ଜୁନ୍ ୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଅବଧି ବଢିଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର। 

ଏହି ଲକଡାଉନ ଅବଧି ଭିତରେ ସପ୍ତାହାନ୍ତ ସଟ୍-ଡାଉନ୍ କୁ ପୂର୍ବଭଳି କଡାକଡ଼ି ଭାବରେ ପାଳନ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ତେବେ ରାଜ୍ୟର ତିନୋଟି ଜିଲ୍ଲା ଯଥା ନୂଆପଡା,ସୁନ୍ଦରଗଡ ଏବଂ ଗଜପତି ରେ ସଂକ୍ରମଣ ହାର କମିଥିବାରୁ ସେଠାରେ ଲକଡାଉନ କଟକଣାକୁ କୋହଳ କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ସେଲୁନ୍, ପାର୍ଲର ଏବଂ ମଲ୍ ବ୍ୟତୀତ ଅନ୍ଯ ସମସ୍ତ ଦୋକାନ ସକାଳ ୭ ଟାରୁ ରାତି ୧ ଟା ପର୍ଯ୍ୟନ୍ତ ଖୋଲା ରହିବ.

ଆଜି ରାଜ୍ୟରେ ୯,୫୪୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୨ ତାରିଖରେ ରାଜ୍ୟରେ ୧୨,୮୫୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏହାକୁ ରାଜ୍ୟ ପାଇଁ ପିକ ବୋଲି ଧରିବାକୁ ହେବ ବୋଲି ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ କମିଥିଲେ ମଧ୍ୟ ଆଗକୁ ରଜ ଏବଂ ଅନ୍ୟ ପାର୍ବ ପର୍ବାଣୀ ଥିବାରୁ ଏଥିରେ ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି ତେଣୁ ଲକଡ଼ାଉନ ଅବଧିକୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି।

ଅନ୍ୟପକ୍ଷରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଏବଂ ଝାରଖଣ୍ଡରେ ସଂକ୍ରମଣ କାମୁଥିବାରୁ ଏହା ଓଡ଼ିଶାକୁ ଆଶ୍ୱସ୍ତି ପ୍ରଦାନ କରିଛି, ବର୍ତ୍ତମାନଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ବରଗଡ଼, ପୁରୀ ଏହି ୯ ଜିଲ୍ଲାରେ ସର୍ବାଧିକ ସଂକ୍ରମଣ ହାର ଥିବାବେଳେ। ନୂଆପଡା,ସୁନ୍ଦରଗଡ ଏବଂ ଗଜପତି ଏହି ତିନୋଟି ଜିଲ୍ଲାରେ ସଂକ୍ରମଣ ହାର ସବୁଠାରୁ କମ୍ ରହିଛି।