ଏହି କାରଣରୁ ଆତ୍ମହତ୍ୟା କଲା ପୁଅ, ପୁଅ ଚାଲିଯିବା ପରେ ଦୁଃଖରେ ବାପା ମଧ୍ୟ ହାରିଲେ ଜୀବନ, ଜାଣନ୍ତୁ କଣ ଥିଲା ଘଟଣା

 
pua bapa

ସଫଳତା ଓ ବିଫଳତା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଫରକ୍ ମାତ୍ର ଏତିକି ଯେ ସଫଳତା ଆମ ପାଇଁ ଖୁସି, ଅଭିନନ୍ଦନ ଓ ମନରେ ଉତ୍ସାହ ଓ ଆଗ୍ରହ ଆଣି ଦିଏ। ମାତ୍ର ବିଫଳତା ଟି ଠିକ୍ ତାର ବିପରୀତ ପରି କାମ କରେ। ହେଲେ ଇଂରାଜୀ ରେ ଗୋଟେ କଥା ଅଛି ,"failure is the pillar to success"

ପରୀକ୍ଷାରେ ଫେଲ୍ ହେବା ନେଇ ଛାତ୍ର ଆତ୍ମହତ୍ୟାର ଏକ ମର୍ମାହତ ଦୃଶ୍ୟ ପୁଣି ଆସିଛି  ଆଖିସାମ୍ନକୁ । ଆଜ୍ଞା ହଁ, ଘଟଣାଟି ଚେନ୍ନାଇ ଅନ୍ତର୍ଗତ କ୍ରୋମପେଟ ଅଞ୍ଚଳର। ଜଗଦିଶ୍ୱରନ୍ ନାମକ ଜଣେ ୧୯ ବର୍ଷିୟ ଛାତ୍ର Neet ପରୀକ୍ଷାରେ ଫେଲ ହେବା ପରେ ଆତ୍ମହତ୍ୟା କରିଛନ୍ତି । ଦୁଃଖ ଏତିକିରେ ସରିଯାଇନି ଆଜ୍ଞା, ପୁଅର ମରିବା ଖବରକୁ ସହ୍ୟ ନକରିପାରି ଶେଷରେ ବାପା ମଧ୍ୟ ଫାସୀ ଲଗାଇ ଜୀବନ ହାରିଛନ୍ତି। ଘଟଣା ଟିରେ ଗୋଟିଏ ପରିବାର ଉଜୁଡି ଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

ମୃତ୍ୟୁ ପୂର୍ବରୁ ବାପାଙ୍କ ବୟାନ!

ତାମିଲନାଡୁରୁ Neet ପରୀକ୍ଷାକୁ ହଟାଇବା ଲାଗି ସେ ବିକ୍ଷୋଭ କରିବେ। ଜଗଦୀଶ୍ୱରନ୍ ସ୍ବପ୍ନ ଦେଖିଥିଲେ ଡାକ୍ତର ଟିଏ ହେବା ପାଇଁ। ସେଥି ପାଇଁ ସେ ପରିଶ୍ରମ ମଧ୍ୟ କରୁଥିଲେ। ଏ ପରିଶ୍ରମରେ ତ୍ରୁଟି କି ଭାଗ୍ୟର ବିଡମ୍ବନା ସେ ଦୁଇ ଦୁଇ ଥର ସାଫଲ୍ୟତାର ସ୍ଵାଦ ଚାଖିପାରିଲେ ନାହିଁ। ନିଜର ସ୍ଵପ୍ନକୁ ଆଖି ଆଗରେ ଭାଙ୍ଗି ଯାଉଥିବା ଦେଖିବାର ସାହାସ ହୁଏତ ତାଙ୍କ ପାଖରେ ନଥିଲା।

ଯାହା କି ତାଙ୍କ ଚିନ୍ତାର ମୁଖ୍ୟ କାରଣ ଥିଲା। ମାତ୍ର ଦୁଃଖ ତ ସେତବେଳେ ଆସିଲା ଯେବେ ସେ ସମସ୍ୟାର ସମାଧାନ ପାଇଁ ମୃତ୍ୟୁ ନାମକ ଏକ ଅଭିଶପ୍ତ ଶବ୍ଦକୁ ବାଛି ନେଲେ। ଘଟଣା ରେ ପ୍ରତିକ୍ରିୟା ପ୍ରକାଶ କରି ଚେନ୍ନlଇ ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ଏ ଭଳି ପଦକ୍ଷପ ନ ନେବା ପାଇଁ କହିଛନ୍ତି।

odia news

ଆଜ୍ଞା ହଁ,ଏଭଳି ଘଟଣା ଆମ ପାଇଁ ନୂଆ ନୁହେଁ କି ଏ ସମସ୍ୟା କେବଳ ଜଗଦିଶ୍ୱରନ୍ ର ନୁହେଁ। । ଏ ଭଳି ଅନେକ ଛାତ୍ର ଛାତ୍ରୀ ଆଜି ମଧ୍ଯ ଏ ଫାସ ମଧ୍ୟରୁ ମୁ ମୋକୁଳୀ ପାରୁନାହାଁନ୍ତି। ଭବିଶ୍ୟତ ଓ ପରୀକ୍ଷାରେ ବିଫଳତାର ଚିନ୍ତାରେ ଆପଣଙ୍କ ପିଲା ବି ଥାଇପାରନ୍ତି। ତେଣୁ ଆମର ଆପଣଙ୍କୁ ଏତିକି ଅନୁରୋଧ ନିଜ ପିଲାଙ୍କୁ ଅନ୍ୟ ପିଲାର ସଫଳତା ସହିତ ତୁଳନା କରନ୍ତୁ ନାହିଁ,ପିଲାଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ଭାବେ ମିଶନ୍ତୁ। କାରଣ ଆଜିର ଛାତ୍ର ଆସନ୍ତା କାଲିର ଆପଣଙ୍କର, ଆମର ଓ ଏ ଦେଶର ଭବିଷ୍ୟତ।