ଦେଖନ୍ତୁ ଭିଡିଓ: ମୋ ସାଙ୍ଗ ମୋ ଏକ୍ସ ବୟଫ୍ରେଣ୍ଡ ସହ ମିଶି ମୋ ଖରାପ ଭିଡିଓ ଭାଇରାଲ୍ କରୁଛନ୍ତି, ମୁଁ ମୁଣ୍ଡ ଟେକି ଚାଲିପାରୁନି

 
Best friend

ବେଷ୍ଟଫ୍ରେଣ୍ଡ ସାଜିଛି ବଇରୀ ! ସାଙ୍ଗର ଏକ୍ସ ବୟେଫ୍ରେଣ୍ଡ ସହ ମିଶି କରୁଛି ଏପରି କାରନାମା । ଯେଉଁଥି ପାଇଁ ଯୁବତୀ ଆଉ ମୁଣ୍ଡ ଟେକି ଚାଲିପାରୁ ନାହାନ୍ତି ରାସ୍ତାରେ । ଘରେ ମାଆ ଓ ଭଉଣୀ ମିଶି ମଧ୍ୟ କାନ୍ଦୁଛନ୍ତି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏଭଳି ଏକ ଅଭିଯୋଗ ଦେଖିବାକୁ ମିଳିଛି ତମାଣ୍ଡୋ ଥାନରେ । ସେଠାରେ ନିଜର ଅଭିଯୋଗ ନେଇ ପହଂଚିଛନ୍ତି ଜଣେ ଯୁବତୀ । ଯୁବତୀଙ୍କ କହିବା ଅନୁସାରେ ସେ ପୂର୍ବରୁ ମଧ୍ୟ ଥାନାକୁ ଯାଇଥିଲେ । ହେଲେ ଥାନା ଲୋକେ ତାଙ୍କ ଅଭିଯୋଗ ଶୁଣି ନ ଥିଲେ ।

R

ଯୁବତୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ସାଙ୍ଗ ଓ ତାଙ୍କ ଏକ୍ସ୍ ବୟେଫ୍ରେଣ୍ଡ ମିଶି ତାଙ୍କର ଫେକ୍ ଭିଡ଼ିଓ ଇନ୍ଷ୍ଟାଗ୍ରାମରେ ଭାଇରାଲ କରୁଛନ୍ତି । ଏ ପର୍ଯ୍ୟନ୍ତ ତାଙ୍କର ଅନେକ ଫେକ ଭିଡ଼ିଓ ଭାଇରାଲ କରି ସାରିଲେଣି ।

କେବଳ ତାଙ୍କର ନୁହେଁ ବରଂ ତାଙ୍କ ଭଉଣୀଙ୍କର ମଧ୍ୟ ଫେକ ଭିଡ଼ିଓ ଭାଇରାଲ କରୁଛନ୍ତି । ଯାହା ଦେଖି ଲୋକ ମାନେ ତାଙ୍କୁ ଛି ଛାକର କରୁଛନ୍ତି । ଏ ନେଇ ସେ ପୂର୍ବରୁ ପୋଲିସର ଦ୍ବାରସ୍ଥ ହେଇଥିବା ବେଳେ ପୋଲିସ୍ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ବୋଲି ସେ କହିଛନ୍ତି ।