​​ରାଜଧାନୀରେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ, ଆପାର୍ଟମେଣ୍ଟରେ ପଶିଲେ ଉଲଗ୍ନ ହେଲେ, ଆଉ ତାପରେ...

 
Lady
ରାଜଧାନି ଭୁବନେଶ୍ୱରରେ ମହିଳାଙ୍କ ଉଲଗ୍ନ କାଣ୍ଡ ! କେତେବେଳେ ପଡୋଶୀଙ୍କ ଘରେ ପଶି ଉଲଗ୍ନ ହେଉଛନ୍ତି ତ କେତେବେଳେ ଉଲଗ୍ନ ହୋଇ ଛାତ ଉପରେ ବୁଲୁଛନ୍ତି । ପୁରା ହଇଚଇ ସୃଷ୍ଟି କରୁଛନ୍ତି ଭୁବନେଶ୍ୱରର ଜଣାଶୁଣା ଏହି ଆପାର୍ଟମେଣ୍ଟ ରେ । ମହିଳା ଜଣକ କିଏ ଓ ଏପରି କାଣ୍ଡ ଘଟାଇବା ପଛରେ କଣ କାରଣ ରହିଛି ତାହା ଏ ଯାଏଁ ମଧ୍ୟ ଜଣା ପଡି ନାହିଁ ।

ଏ

ଏପରି ଏକ ଅଦ୍ଭୂତ ମାମଲା ସାମ୍ନାକୁ ଆସିଛି ଭୁବନେଶ୍ୱରର ବାଲିଅନ୍ତାର ଏକ ଆପାର୍ଟମେଣ୍ଟ ରୁ । ମହିଳା ଜଣକ ଭଡ଼ାରେ ରହିବା ପାଇଁ ସେହି ଆପାର୍ଟମେଣ୍ଟ କୁ ଯାଇଥିଲେ । ଆପାର୍ଟମେଣ୍ଟ ରେ ରହିବାର ପ୍ରଥମ ଦିନରେ ହିଁ ଆରମ୍ଭ କରି ଦେଇଥିଲେ ନିଜର ହାଇ ଡ୍ରାମା । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ପ୍ରତ୍ୟେକ୍ଷଦର୍ଶି ଅନୁଜଙ୍କ କହିବା ଅନୁସାରେ ସେ ପ୍ରଥମ ଦିନରୁ ହିଁ ବିଚିତ୍ର ବ୍ୟବହାର କରୁଥିଲେ । ପ୍ରଥମେ ଉଲଗ୍ନ ହୋଇ ଛାତ ଉପରେ ବୁଲୁଥିଲେ । ପରେ ପଡୋଶୀଙ୍କ ଘରେ ପଶି ମଧ୍ୟ ଉଲଗ୍ନ ହେଉଥିଲେ । ତେବେ ପୋଲିସ୍ ର ସନ୍ଧାନରୁ ଜଣା ପଡିଥିଲା ଯେ ମହିଳାଙ୍କ ଏହିପରି ବ୍ୟବହାର ପାଇଁ ତାଙ୍କୁ ଆପାର୍ଟମେଣ୍ଟ ରୁ ବାହାର କରି ଦିଆ ଯାଇଥିଲା । ହେଲେ ଯିବା ପୂର୍ବରୁ ଘଟାଇ ଦେଇ ଯାଇଥିଲେ ଏଭଳି କାଣ୍ଡ ।

ମହିଳା ଜଣକ ନିଜ ଆପାର୍ଟମେଣ୍ଟ କୁ ଲାଗି ରହିଥିବା ଅନ୍ୟ ଏକ ଆପାର୍ଟମେଣ୍ଟ କୁ ଯାଇଥିଲେ । ଏବଂ ଜଣଙ୍କର ରୁମ୍ ଖୋଲା ଅଛି ଦେଖି ସିଧା ତାଙ୍କ ସହିତ ହିନ୍ଦୀରେ କଥା ହେବା ଆରମ୍ଭ କରିଥିଲେ । ରୁମ୍ ର ମାଲିକାଣୀ ମଧ୍ୟ ତାଙ୍କୁ କେହି ଜଣେ ନୂଆ ପଡ଼ୋଶୀ ଭାବି ଘରେ ପଶିବାର ଅନୁମତି ଦେଇଥିଲେ । ହେଲେ କିଏ ଜାଣିଥିଲା ସେଠାରେ ବି ପହଞ୍ଚି ସେ ଘଟାଇବେ ଏଭଳି କାଣ୍ଡ । 

ଅଭିଯୁକ୍ତ ମହିଳା ଜଣକ ହଠାତ୍ ସେହି ମହିଳାଙ୍କ ରୁମ୍ ରେ ପଶି ଭିତର ପଟୁ କବାଟ ଦେଇ ଦେଉଥିଲେ । ଏବଂ ତାଙ୍କ ବାଥ ରୁମ୍ ରେ ଯାଇ ଗାଧେଇବାକୁ ଲାଗିଲେ । ମହିଳା ଜଣକ ଯେତେ ଡାକିଲେ ମଧ୍ୟ କବାଟ ଖୋଲିଲେ ନାହିଁ । ଅନ୍ୟ ପାଖା ପାଖି ଲୋକ ସମସ୍ତେ ରୁଣ୍ଡ ହୋଇ କବାଟ ବାଡେଇବାରୁ ମହିଳା ଜଣକ କବାଟ ଖୋଲିଥିଲେ । ହେଲେ ବିନା ବସ୍ତ୍ରରେ । ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ଏ ନେଇ ପୋଲିସକୁ ଖବର ଦେଇଥିଲେ । ଯାହା ପରେ ପୋଲିସ୍ ଉକ୍ତ ସ୍ଥାନରେ ପହଞ୍ଚି ମହିଳା ଜଣଙ୍କୁ ଗିରଫ କରିଥିଲେ । ପୋଲିସ୍ ମହିଳା ଜଣଙ୍କୁ ପଚରା ଉଚରା କରିବା ଆରମ୍ଭ କରି ଦେଇଥିଲେ ମଧ୍ୟ ମହିଳାଙ୍କ ଠାରୁ କୌଣସି ସତ୍ୟତା ଜଣା ପଡ଼ି ନ ଥିଲା ।