ଏବେ ପୁଣି ବିଜେଡ଼ି ମୁହାଁ କୁସୁମ, କଣ ବିଜେପିରୁ ନିରାଶ ହେଲେକି ବିଧାୟିକା କୁସୁମ! ଜାଣନ୍ତୁ ପୁରା ଖବର

 
Kusum tete

ପୁଣି ନିଜ ଦଳକୁ ଫେରିବେ କୁସୁମ। ବିଜେପି ଛାଡି ଏବେ ପୁଣି ବିଜେଡି ମୁହାଁ ବିଧାୟିକା କୁସୁମ। ଦିନ ଥିଲା ସୁନ୍ଦରଗଡ଼ରେ ଚାରିଆଡେ ଛୁଟୁଥିଲା ପଦ୍ମ ଫୁଲ ର ସୁଅ ଆଉ ସେଇ ସୁଅରେ ବିଜେଡି ରୁ ବିଜେପି କୁ ଭାସି ଆସିଥିଲେ କୁସୁମ। 

Kusum tete

ହେଲେ ଏବେ କିନ୍ତୁ ପରିସ୍ଥିତି ଆଉ ପୂର୍ବ ଭଳି ନାହିଁ। ସୁନ୍ଦରଗଡ଼ରେ ବିଜେପି ନେତାଙ୍କ ଆଉ ଏତେ ସମାଗମ ଦେଖିବାକୁ ମିଲୁ ନାହିଁ । ଏପଟେ ପୁଣି ଦଳୀୟ କନ୍ଦଳ ମଧ୍ୟରେ ନିଜର ଆସ୍ଥା ଖୋଜି ପାଉ ନାହାନ୍ତି କୁସୁମ। ଦିନ ଥିଲା କେନ୍ଦ୍ରୀୟ ନେତାଙ୍କ ସହିତ ବହୁ ବଡ଼ ବଡ଼ ବିଜେପି ନେତାଙ୍କ ଭିଡ଼ ଜମୁଥିଲା ସୁନ୍ଦରଗଡ଼ରେ  ।ହେଲେ ଏବେ କିନ୍ତୁ ମଇଦାନ ପୁରା ଫାଙ୍କା ପଡିଛି।

କୁସୁମ ହୁଏତ ଏବେ ଜାନିଗଲେନି ଯେ ଆଗାମୀ ନିର୍ବାଚନରେ ବିଜେପି ପକ୍ଷରୁ ଛିଡ଼ା ହେଲେ ହାରିବାକୁ ପଡ଼ିବ। ଯେଉଁଥି ପାଇଁ ସେ ଏବେ ନିଜ ପୂର୍ବ ଦଳକୁ ଫେରିବା କୁ ସଂକେତ ଦେଲଣି। କୁସୁମ ବିଜେପି ସାଂସଦ ଥିବା ବେଳେ ମଧ୍ୟ କେବେବି ବିଜେଡ଼ି ବିରୋଧୀ ହୋଇନାହାନ୍ତି। ଯେଉଁଥି ପାଇଁ ତାଙ୍କୁ ପୁଣି ଦଳ ସହଜରେ ଗ୍ରହଣ କରି ନେବ ବୋଲି ସେ ଆଶା ରଖିଛନ୍ତି।

ତେବେ ଓଡ଼ିଶା ରେ ଯଦି ବିଜେପି କଥା କୁହା ଯାଏ ତେବେ ୨୦୧୯ ନିର୍ବାଚନରେ ଓଡ଼ିଶାର ଅନେକ ସ୍ଥାନରେ ଖାତା ଖୋଲି ଥିଲା ବିଜେପି। ଅନେକ ଲୋକେ ବିଜେଡି ର ବିକଳ୍ପ ଭାବେ ସ୍ଵାଗତ କରିଥିଲେ ବିଜେପି କୁ। ହେଲେ ଏହି ୫ ବର୍ଷ ମଧ୍ୟ ରେ ବିଜେପି ଲୋକଙ୍କ ଆସାନୁରୋପି କାମ କରି ପାରିନାହିଁ। ଯେଉଁଥି ପାଇଁ ଲୋକେ ବିଜେପି ରୁ ମୁହଁ ଫେରାଇ ନେଉଛନ୍ତି ବୋଲି ଦେଖିବାକୁ ମିଳୁଛି।