ଦେଖନ୍ତୁ ଭିଡ଼ିଓ: କେନ୍ଦ୍ରାପଡ଼ା ରେ ଦୁଖଦଃ ଘଟଣା, ବ୍ରାହ୍ମଣୀ ନଦୀ କୁଳରୁ ଭଉଣୀ ଆଗରେ ଭାଇ କୁ ନେଇଗଲା କୁମ୍ଭୀର

 
kumbhir attack

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ନିମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି, ସୂଚନା ଅନୁସାରେ ଭଉଣୀ ଆଗରେ ଭାଇ କୁ ଟାଣି ନେଇଗଲା କୁମ୍ଭୀର । ବ୍ରାହ୍ମଣୀ ନଦୀରେ ବାଉଁଶବାଡ଼ି ଘାଟରେ ଗାଧୋଉଥିବା ବେଳେ ଭଉଣୀ କୋଳରୁ 10 ବର୍ଷର ଭାଇ କୁ ଟାଣି ନେଇଗଲା କୁମ୍ଭୀର।

ପୁଅର ଖଣ୍ଡ ବିଖଣ୍ଡିତ ଶବ କୁ ନଦୀ ରୁ ବାହାର କରାଯିବା ପରେ ଗ୍ରାମରେ ଏବେ ସମସ୍ତେ ଦୁଃଖିତ । ତେବେ କୁମ୍ଭୀର ନେଇଯାଇଥିବା ପିଲା ନାମ ଆଶୁତୋଷ ଆଚାର୍ଯ୍ୟ। ପିଲାଟି ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲା । ସୂଚନା ଅନୁଯାୟୀ ଆଶୁତୋଷ ଆଜି ସକାଳ ପ୍ରାୟ 7ଟା ବେଳେ ନିଜ ଭଉଣୀ ସହ ବ୍ରାହ୍ମଣୀନଦୀର ବାଉଁଶବାଡ଼ି ଘାଟକୁ ଗାଧୋଇବାକୁ ଯାଇଥିଲେ ।

kumbhir

ଭଉଣୀ କୋଳରେ ବସି ଗାଧୋଉଥିବା ବେଳେ ପାଣିରେ ଲୁଚି ରହିଥିବା ଏକ ବିରାଟକାୟ କୁମ୍ଭୀର ଝାମ୍ପ ମାରି ଭଉଣୀ କୋଳରୁ ଆଶୁତୋଷଙ୍କୁ ପାଣି ଭିତରକୁ ଟାଣି ନେଇ ପଳାଇଥିଲା। ଭଉଣୀ ଚିତ୍କାର ଶୁଣି କିଛି ଦୂରରେ ଗୋଧୋଉଥିବା ଲୋକମାନେ ସେଠାକୁ ଦୌଡ଼ି ଆସିଥିଲେ ।

ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । କୁମ୍ଭୀରଟି ନଈ ମଝିରେ ଆଶୁତୋଷଙ୍କୁ କାମୁଡ଼ି ଧରି ପ୍ରାୟ ଘଣ୍ଟାଏ କାଳ ଭାସୁଥିବା ଦେଖିବାକୁ ମିଳିଥିଲା । ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଡଙ୍ଗା ଯୋଗାଡ଼ କରି ନଈ ଭିତରକୁ ଯାଇ ବାଉଁଶ ସାହାଯ୍ୟରେ କୁମ୍ଭୀର କବଳରୁ ଆଶୁତୋଷଙ୍କ ଶରୀର କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳେ ଆଶୁତୋଷ ଏହି ଦୁନିଆ ରେ ନଥିଲେ ।