ବିଜେପି ବିଜେଡ଼ି ମଧ୍ୟରେ ମେଣ୍ଟ ହେଲେ କେଉଁ ଫର୍ମୁଲାରେ ହେବ ସିଟ୍ ସେୟାରିଂ, କେଉଁ ଦଳ ନେବ ଅଧିକ ସିଟ୍, ଜାଣନ୍ତୁ ପୁରା ଖବର

 
Bjp bjd
ଲୋକେ ବାଡ଼ିଆ ବାଡ଼ି ହେଲେ ଦଳ କରୁଛି ମେଣ୍ଟ ! ହେବାକୁ ଯାଉଛି ରାଜନୈତିକ ଇତିହାସରେ ପ୍ରଥମ ଥର । ନିଜ ନିଜର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମେଣ୍ଟ କରିବେ ବିଜେଡ଼ି ଓ ବିଜେପି । ବର୍ତ୍ତମାନ ରାଜନୈତିକ ପାଣିପାଗକୁ ଦୃଷ୍ଟିରେ ରଖି ଯାହା ଅନୁମାନ କରାଯାଇଛି ମେଣ୍ଟ ମାଧ୍ୟମରେ ବିଜେପି ନିଜର ଲୋକ ସଭା ଆସନ ଓ ବିଜେଡ଼ି ନିଜର ବିଧାନ ସଭା ଆସନକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ।

F

ତେବେ କଣ ସତରେ ବିଜେଡ଼ି ବିଜେପି କରିବେ ମେଣ୍ଟ ! ଯଦି ମେଣ୍ଟ କରିବେ ତେବେ କିପରି ହେବ ସିଟ୍ ସେୟାର । ପୂର୍ବ ଭଳି ନିଜ ନିଜ ପ୍ରଭାବ ଥିବା ସ୍ଥାନରୁ ଲଢ଼ିବେ ଦୁହେଁ ନା ସୁବିଧା ଦୃଷ୍ଟିରୁ ସ୍ଥାନ ଭିତ୍ତିକ କରାଯିବ ପରିବର୍ତ୍ତନ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

୨୦୨୪ ସାଧାରଣ ନିର୍ବାଚନକୁ ଦେଖିବାର ଦୃଷ୍ଟି ଭଙ୍ଗୀ ରହିଛି ଅଲଗା । ଭୋଟର ଓ ପ୍ରାର୍ଥୀ ମାନଙ୍କ ପାଇଁ ଏହା ଆଣି ଦେଇଛି ଏକ ନୂଆ ସୁଯୋଗ । ଆଗାମୀ ୫୦ ବର୍ଷ ଧରି ଦେଶର ଭବିଷ୍ୟତ କିପରି ରହିବ ଏହା ନିର୍ଦ୍ଧାରିତ କରିବାକୁ ଯାଉଛି ୨୦୨୪ ସାଧାରଣ ନିର୍ବାଚନ । ଯେଉଁଥିରେ ଦଳର ମଧ୍ୟ ଏକ ବେଶ୍ ଗୁରୁତ୍ବପୁର୍ଣ ଭୂମିକା ରହିଛି ।

ତେବେ ଯଦି ଦଳ ମେଣ୍ଟ କରେ ତେବେ ଏହାକୁ କେତେ ଦୂର ସମର୍ଥନ କରିବେ ଲୋକେ । ବାସ୍ତବରେ ମେଣ୍ଟ ପଛର କଣ ରହିଛି ଉଦ୍ଦେଶ୍ୟ ? ଏଠି କିଏ କରୁଛି କମ୍ପ୍ରୋମାଇଜ ? କାହାକୁ ରହିଛି ସିଟ୍ ହରାଇବାର ଭୟ ? ଏଥି ଭିତରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଓଡିଶାରେ ଏକାକୀ ଦଳ ଭାବେ ଲଢ଼ୁଥିବା ବିଜେଡ଼ି କାହିଁକି ମେଣ୍ଟ କରିବା ପାଇଁ ରହିଛି ବେଶ୍ ଆଗ୍ରହୀ ?