କେଉଁ ଆସନକୁ ନେଇ ଅଛିଣ୍ଡା ରହିଲା ଅଙ୍କ? କାହିଁକି ଫେଲ୍ ମାରିଲା ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା, ଜାଣନ୍ତୁ ପୁରା ଖବର

 
Bjd bjp
ଆଉ ହେବନି ବିଜେଡ଼ି ବିଜେପି ମେଣ୍ଟ । ଘନାଘନ୍ ମିଟିଂ ସହିତ ଏତେ ସମୀକ୍ଷା ହେଉଥିଲା କାହିଁକି ? ମେଣ୍ଟ ଭାଙ୍ଗିବା ପଛରେ କଣ ରହିପାରେ ପ୍ରକୃତ କାରଣ ? ନିଆଁ ନ ଥାଇ ଧୁଆଁ ନ ଉଠିବା ପରି ମେଣ୍ଟ କଥା ନ ଉଠିଥିଲେ ରାଜନୈତିକ କ୍ଷେତ୍ରରେ ଏତେ ବଡ଼ ଚର୍ଚ୍ଚା କେବେ ହୋଇ ନ ଥାନ୍ତା । କଥା ଉଠିବା ବେଳେ ବି ଦୁଇ ଦଳ ପକ୍ଷରୁ କିଛି ପ୍ରତିକ୍ରିୟା ଦେଖା ଯାଇ ନ ଥିଲା ।

ତେବେ ମେଣ୍ଟ କଥା ସତ ଥିଲା ନା ଧୁଆଁ ବାଣ ଥିଲା.....

D

ଏହି ଦୁଇ ଆସନ ପାଇଁ ଛିଡ଼ିଲାନି କି ଭାଗ ? ସେଥି ପାଇଁ କଣ ଭାଙ୍ଗିଗଲା କି ମେଣ୍ଟ ? ପୂର୍ବରୁ ରାଜନିତିଜ୍ଞଙ୍କ ସମୀକ୍ଷା ଅନୁସାରେ ମେଣ୍ଟରେ ଥିଲା ଦୁଇ ଦଳଙ୍କ ଫାଇଦା । ବିଜେପି ନିଜ ଲୋକସଭା ଆସନକୁ ମଜବୁତ୍ କରିବା ପାଇଁ ଲାଗି ପଡ଼ିଥିବା ବେଳେ ବିଜେଡ଼ି ନିଜ ବିଧାନ ସଭା ଆସନର ଫାଇଦା ବେଶ୍ ଭଲ ଭାବେ ଉଠାଇ ପାରିଥାନ୍ତା । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏବେ ଶୁଣିବାକୁ ମିଳୁଛି କୁଆଡେ ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଭାଙ୍ଗିଗଲା ମେଣ୍ଟ । ଦୁଇ ଆସନକୁ ନେଇ ବେଶ୍ ଆଶାୟୀ ଅଛନ୍ତି ଦୁଇ ଦଳ । ଗତ ୨୦୨୯ ନିର୍ବାଚନରେ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ଏକ ଭଲ ସସଂଖ୍ୟାକ ଭୋଟ ରେ ଜିତିଥିବା ବେଳେ ପୁରୀରୁ ସମ୍ବିତ ପାତ୍ର ମାତ୍ର ଦଶ ହଜାର ଭୋଟ ରେ ହାରି ଯାଇଥିଲେ । ଯେଉଁଥି ପାଇଁ ଏଥର ଦୁଇ ଦଳଙ୍କର ଟାର୍ଗେଟ ରେ ରହିଛି ଏହି ଦୁଇ ସ୍ଥାନ । 

Manmohan samal

ହେଲେ ଓଡିଶାରୁ ଫେରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ଏଭଳି ଆମର କୌଣସି କଥା ଉଠି ନାହିଁ । ଆମର ମିଟିଂ ରାଜ୍ୟରେ ନିଜ ଦଳର ସ୍ଥିତିକୁ ସୁଦୃଢ କରିବା ଓ ଦଳ ମଧ୍ୟରେ ଅଧିକରୁ ଅଧିକ ଭାଇଚାରା ସୃଷ୍ଟି କରିବା ପାଇଁ ହେଉଥିଲା । ଏଥିରେ ମେଣ୍ଟର ପ୍ରଶ୍ନ ବି ଉଠୁନାହିଁ । ବିଜେପି ଏକାକୀ ଦଳ ଭାବେ ଜିତିବାର ବେଶ୍ ଭଲ ସକ୍ଷମ ରଖିଛି ।