କାହିଁକି କନକ ନିଉଜ୍ ଛାଡ଼ିଲେ ମନୋରଞ୍ଜନ ମିଶ୍ର, ଆସିବେ କି ରାଜନୀତିକୁ? କହିଲେ ବଡ଼ କାରଣ

 
Manoranjan mishra

କନକ ଛାଡ଼ିବା ପରେ ଏବେ ଚର୍ଚ୍ଚାରେ ମନୋରଞ୍ଜନ ମିଶ୍ର । ଦିନ ଥିଲା କନକ କହିଲେ ବୁଝାଉଥିଲା ମୋନରଞ୍ଜନ ମିଶ୍ରକୁ । ହେଲେ ଆଜି କାହିଁକି ଓ କେଉଁ ପରିସ୍ଥିତିରେ କନକ ନ୍ୟୁଜ୍ କୁ ଛାଡ଼ିଲେ ମୋନୋରଞ୍ଜନ ମିଶ୍ର । କନକ ନ୍ୟୁଜ ତାଙ୍କୁ ଛାଡ଼ିଛି କି କନକ ନ୍ୟୂଜ୍ କୁ ସେ ନିଜେ ଛାଡିଛନ୍ତି ଏହି ପ୍ରଶ୍ନର ଉତ୍ତର ଏବେ ମଧ୍ୟ ଅସ୍ପଷ୍ଟ। ତେବେ ଏ ନେଇ ମୁଁହ ଖୋଲିଛନ୍ତି ମନୋରଞ୍ଜନ ମିଶ୍ର।

ତେଣୁ

ସମ୍ବାଦ ଉପରେ EOW ର ରେଡ୍ ପରେ ସମ୍ବାଦରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଯାହା ପରେ ସେ ତାଙ୍କ ନ୍ୟୁଜ୍ ମିଡ଼ିଆ ର ସମସ୍ତ ଦାୟିତ୍ଵ ନିଜ ଝିଅ ତନୟା ମିଶ୍ରକୁ ଦେଇଥିଲେ । ତନୟାକର କନକ ନ୍ୟୁଜ ରେ ଏଣ୍ଟ୍ରି ପରେ ପରେ ହିଁ କନକ ନ୍ୟୂଜ୍ ଛାଡିଥିଲେ ମନୋରଞ୍ଜନ ମିଶ୍ର।କୁହାଯାଇଛି EOW ର ରେଡ୍ ସମୟରେ ସେଦିନ ନିଜ ଶୋ ମନୋରଞ୍ଜନ ମିଶ୍ର ଲାଇଭ ରେ ନଜର ଆସିନଥିଲେ ମନୋରଞ୍ଜନ।

ଯାହାକୁ ନେଇ ନାରାଜ ଥିଲା ମ୍ୟାନେଜମେଣ୍ଟ । ଏ ପରିକି ମନୋରଞ୍ଜନ ମିଶ୍ର ଏହି ସମୟରେ ବିଦେଶ ଗ୍ରସ୍ତ ରେ ଥିଲେ ଏବଂ ସମ୍ବାଦର ୪୦ତମ ବାର୍ଷିକ ଉତ୍ସବ ରେ ମଧ୍ୟ ଷ୍ଟେଜ ଉପରେ ଦେଖାଯାଇନଥିଲେ ମନୋରଞ୍ଜନ ମିଶ୍ର । ଯାହା ପରେ ପରେ ସମସ୍ତେ ତାଙ୍କୁ ଅଣଦେଖା କରୁଥିବାର ଚର୍ଚ୍ଚା ହୋଇଥିଲା ।

Manoranjan mishra

ଯେଉଁଥିପାଇଁ ମନୋରଞ୍ଜନ ମିଶ୍ର ଚାକିରି ଛାଡିଛନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ ଏ ନେଇ ଏକ ସାକ୍ଷାତକାରରେ ମୁହଁ ଖୋଲିଛନ୍ତି ମୋନୋରଞ୍ଜନ ମିଶ୍ର।ସେ କହିଛନ୍ତି ମୋତେ ସଂସ୍ଥା କାଢ଼ିନାହି ମୁଁ ସଂସ୍ଥା ରୁ ବହାରିଯାଇଛି। ସମୟ ପରିବର୍ତ୍ତନଶିଳ ଏବଂ ଏହି ପରିବର୍ତ୍ତନକୁ ମୁ ସ୍ବୀକାର କାରୁଛି। କନକ ଛାଡ଼ିବା ପରଠାରୁ ମୁଁ ମୋ ଜୀବନକୁ ଭଲଭାବେ ବଞ୍ଚୁଛି, ଦୁନିଆକୁ ଆହୁରି ଭଲଭାବେ ଜାଣୁଛି ଓ ଜୀବନର ବାସ୍ତବକୁ ଉପୋଭୋଗ କରୁଛି।